ମୁଦ୍ରା ଯୋଜନାର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର:ଓଡିଶାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କାର୍ଯ୍ୟକ୍ରମକୁ ମଙ୍ଗଳବାର ଦିନ ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କର ରାଜ୍ୟ ମୁଖ୍ୟ ଓ ବରିଷ୍ଠ ପ୍ରତିନିଧି ସମେତ କେନ୍ଦ୍ର ଅର୍ଥ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୧୫- ୧୬ ଆର୍ଥିକ ବର୍ଷରେ ୨୩ ଲକ୍ଷ ୪୩ ହଜାର ହିତାଧିକାରୀଙ୍କୁ ୫,୪୩୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

– ଗତ ଆର୍ଥିକ ବର୍ଷରେ ୨୩ ଲକ୍ଷ ୪୩ ହଜାର ହିତାଧିକାରୀଙ୍କୁ ମିଳିଛି ୫,୪୩୬ କୋଟି ଟଙ୍କାର ଋଣ
– ଚଳିତ ଆର୍ଥିକ ବର୍ଷରେ ୭୨୦୩ କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ
– ମୁଦ୍ରା ସମ୍ପର୍କିତ ସମସ୍ତ ତଥ୍ୟ ବେବସାଇଟରେ ଓଡିଆରେ ଉପଲବ୍ଧ କରିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶକୁ ସ୍ୱୀକାର କଲେ ରାଷ୍ଟ୍ରାୟତ ବ୍ୟାଙ୍କ

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ କ୍ୱାଟରର ଋଣ ପ୍ରଦାନର ସମୀକ୍ଷା କରାଯିବା ସହ ଆଗାମୀ ଦୁଇ କ୍ୱାଟରର ଯୋଜନାକୁ ମଧ୍ୟ ସମୀକ୍ଷା କରାଯାଇଥିବା ଚଳିତ ଆର୍ଥିକ ବର୍ଷରେ ୭୨୦୩ କୋଟି ଟଙ୍କା ଋଣ ପ୍ରଦାନର ଲକ୍ଷ୍ୟ ବ୍ୟାଙ୍କ ମାନେ ରଖିଥିବା ବେଳେ ଆଜି ପର୍ଯ୍ୟନ୍ତ ଧ୍ୟାର୍ଯ୍ୟ ଲକ୍ଷ୍ୟର ୪୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଥିବା ସମୀକ୍ଷା ପରେ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ ବର୍ଷ ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଶିଶୁ, କିଶୋର ଓ ତରୁଣ ତିନି ପ୍ରକାରର ଉପଲବ୍ଧ ଋଣରେ ସର୍ବାଧିକ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଋଣ ପାଇଁ କୌଣସି ବନ୍ଧକର ବ୍ୟବସ୍ଥା ନ ଥିବା କାରଣରୁ ସାଧାରଣ ଗରୀବ ଲୋକ ମାନେ ଏହି ଋଣର ସୁବିଧା ନେଇ ପାରୁଛନ୍ତି ବୋଲି ସମୀକ୍ଷା ପରେ ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଯୁବକ ଯୁବତୀ ମାନେ ଏହି ଋଣର ସୁବିଧା ନେବା ପାଇଁ ବ୍ୟାଙ୍କ ମାନଙ୍କ ତରଫରୁ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ବ୍ୟାଙ୍କର ମୁଖ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ସବୁ ରାଷ୍ଟ୍ରାୟତ ବ୍ୟାଙ୍କ ମାନଙ୍କର ରୁରାଲ ସେଲ୍ଫ ଏମ୍ପ୍ଲୋୟମେଂଟ ଟ୍ରେନିଂ ସେଂଟେର (ଆରଏସଟି) ସବୁ ଜିଲ୍ଲା ମାନଙ୍କରେ ରହିଛି । ଏହି ଠାରେ ଉପଯୁକ୍ତ ପ୍ରଶିକ୍ଷଣ ମିଳିଲେ ବ୍ୟବସାୟର ମଡେଲ ଓ ଋଣ ପାଇବା ପାଇଁ ସଠିକ ଭାବେ ଆବେଦନ କରି ଋଣ ପାଇ ପାରିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here