ମୁଖ୍ୟମନ୍ତ୍ରୀଙ୍କ ଭାଷା ପ୍ରେମ ଜାଗିଛି: ବିଶ୍ୱଭୂଷଣ ହରିଚନ୍ଦନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ବିଭିନ୍ନ ପଦକ୍ଷେପକୁ ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସମାଲୋଚନା କରିଛନ୍ତି । ଲୋକଙ୍କ ରୋଷରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭାଷା ପ୍ରେମ ଜାଗ୍ରତ ହୋଇଛି । ପରମ୍ପରାକୁ ଭାଙ୍ଗି ସଚିବାଳୟ ବାହାରେ କାହିଁକି କ୍ୟାବିନେଟ୍ ବୈଠକ ଡକାଗଲା ବୋଲି ଶ୍ରୀ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର କଡା ଜବାବ ଦେଇଛନ୍ତି ଶାସକ ଦଳର ମୁଖ୍ୟସଚେତକ ଅମର ପ୍ରସାଦ ଶତପଥୀ ।
ମୁଖ୍ୟମନ୍ତ୍ରୀଙ୍କ ଭାଷା ପ୍ରତି ଅହେତୁକ ପ୍ରେମ ଦେଖି ରାଜ୍ୟବାସୀ ସ୍ତବ୍ଧ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଲୋକଙ୍କ ରୋଷରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କା ହଠାତ ଭାଷା ପ୍ରେମ ଜାଗ୍ରତ ହୋଇଛି । ନିଜକୁ ଓଡ଼ିଆ କହି ମୁଖ୍ୟମନ୍ତ୍ରୀ ଗର୍ବ କରୁଥିବା ବେଳେ ୨୦ ବର୍ଷରେ ଓଡ଼ିଆ ଶିଖି ପାରି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ କହିବାକୁ ମଧ୍ୟ ରୁଚି ନାହିିଁ । ଶାସିତର ଭାଷା ବୁଝି ନପାରିଲେ ଲୋକଙ୍କୁ ନ୍ୟାୟ ଦେବ ନାହିଁ ଏବଂ ଶାସିତ ମଧ୍ୟ ନିଜର ସମସ୍ୟା ଶାସକ କହି ପାରିବେ ନାହିଁ ବୋଲି ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଥିବା ୩ଟି ଓଡ଼ିଆ ଚେୟାର ଯଥା ସତ୍ୟବାଦୀ ଚେୟାର , ମାୟାଧର ମାନସିଂ ଚେୟାର ଓ ଆର୍ତ୍ତବଲ୍ଲଭ ଚେୟାର ଏବଂ କୋଲକାତାରେ ଥିବା ଚେୟାର ମଧ୍ୟ ବନ୍ଦ ହୋଇଯାଇଛି । ଓଡ଼ିଆ ଶିକ୍ଷକ ନାହାନ୍ତି କି ନିଯୁକ୍ତି ମଧ୍ୟ ହେଉନି । ନାମ କରଣ କରିଦେଲେ ଭାଷା ସମୃଦ୍ଧ ହୁଏନି । ଏଥିପାଇଁ ଆନ୍ତରିକତା ଦରକାର ଏବଂ ଏହ ସଇତାନର ବେଦ ପାଠ ବୋଲି ଅଭିଯୋଗ କରିଛି ବିଜେପି । ଓଡ଼ିଆ ଲୋକଙ୍କ ମନ କିଣିବା ପାଇଁ,ଭଣ୍ଡାଇବା ଓ ପ୍ରତାରିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ।
ଅନ୍ୟପକ୍ଷରେ ଅମର ପ୍ରସାଦ ଶତପଥୀ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ପ୍ରତି ରୁଚି ଅଛି । ଓଡ଼ିଆ ଭାଷା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ବୋଲି ସେ କହିଛନ୍ତି ।
ଓଡ଼ିଆ ଭାଷା ପ୍ରଚାର ପ୍ରସାର ପାଇଁ ଗତକାଲି ରାଜ୍ୟ ସରକାର କ୍ୟାବିନେଟ୍ ବୈଠକ ଓଡ଼ିଆ ଭାଷା ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି । ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସଂସ୍କୃତିକୁ ଅଲଗା କରାଯାଇ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ନାମରେ ନାମିତ କରାଯାଇଛି । ଏହା ସହିତ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ପ୍ରତି ୫ ବର୍ଷରେ ଥରେ ବିଶ୍ୱ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯିବ । ଓଡ଼ିଆ ଭାଷାର ସରଳୀକରଣ ପାଇଁ କମିଶନ ଗଠନ କରାଯିବ । ବିବିଧତାରେ ପରିପୂର୍ଣ୍ଣ, ଓଡ଼ିଶାର ସଂସ୍କୃତି , ଐତିହ୍ୟ , ଭାଷା ଓ ସାହିତ୍ୟର ସଂରକ୍ଷଣ ଏବଂ ପରିବର୍ଦ୍ଧନକୁ ଲକ୍ଷ୍ୟ କରି ପ୍ରଥମଥର ପାଇଁ ଐତିହ୍ୟ କ୍ୟାବିନେଟ୍ ଗଠନ କରାଯିବ । ସରକାରୀ ଭାଷା ଆଇନ୍୧୯୫୪ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ଓ କର୍ମଚାରୀ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ । ସେହିପରି ବ୍ୟାସ କବି ଫକୀର ମୋହନ ଛାତ୍ରବୃତ୍ତିକୁ କୋହଳ କରାଯିବ । ଯୁକ୍ତ ୨ ଓ ଯୁକ୍ତ ୩ରେ ଓଡ଼ିଆ ଭାଷାରେ ଅଧିକ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଏହା ସହିତ ପିଏଚଡି ସଂଖ୍ୟା ବୃଦ୍ଧି କରାଯିବ ଏବଂ ଆବଶ୍ୟକ ପଡିଲେ ପ୍ରଧ୍ୟାପକଙ୍କ ସଂଖ୍ୟା ବୃଦ୍ଧି କରାଯିବ ।

ମତାମତ ଦିଅନ୍ତୁ

Please enter your comment!
Please enter your name here