ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ମାଡ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି । ଯୋବ୍ରା ବ୍ୟାରେଜ୍ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ୩୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି ।
ମୁଖ୍ୟମନ୍ତ୍ରୀ କଟକ ସହର ଏଲଇଡି ଆଲୋକୀକରଣ କାର୍ଯ୍ୟର ଶୁଭାରମ୍ଭ ସହିତ କଟକ ସଡିଏ ସେକ୍ଟର-୭ ଅଞ୍ଚଳରେ ୩୦ ଶଯ୍ୟା ବିଶିଷ୍ଟ ସହର ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ପାଇଁ କଟକ ଆସିଛନ୍ତି । ଏତଦବ୍ୟତୀତ କଟକ ବଡ ଡାକ୍ତରଖାନା ପରସରରେ ୧୫ ଶହ ଆସନ ବିଶିଷ୍ଟ ଅଡିଟୋରିୟମ, ବିଏସସି ନର୍ସିଂ କଲେଜ କୋଠା, ନର୍ସିଂ ଛାତ୍ରୀଙ୍କ ହଷ୍ଟେଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକରେ ପହଞ୍ଚିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ସାଇରନ୍ ମାରି ଯୋବ୍ରା ପାଖରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଭାବି ପୋଲିସ ଗାଡି ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ କରିଥିଲେ । ସଙ୍ଗେସଙ୍ଗେ ପୋଲିସ ବିକ୍ଷୋଭକାରୀମାନଙ୍କୁ ଧରି ନେଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ସେହି ରାସ୍ତା ଦେଇଯାଇଥିଲା ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here