You are here
Home > ଅଧିକ ଖବର > ମୁଖାଗ୍ନି ଦେଲେ ପୋଷ୍ୟକନ୍ୟା

ମୁଖାଗ୍ନି ଦେଲେ ପୋଷ୍ୟକନ୍ୟା

ପଞ୍ଚଭୁତରେ ଲିନ୍ନ ହେଲେ ମହାନ ରାଷ୍ଟ୍ରୀୟ ନେତା ଅଟଳ ବିହାରୀ ବାଜପେୟୀ । ଅପରାନହ୍ନ 5ଟାରେ ମୁଖାଗ୍ନି ଦିଆଯାଇଥିଲା । ତାଙ୍କ ପୋଶ୍ୟ କନ୍ୟା ଦେଲେ ନମିତା । ବିଜେପି କାର୍ଯ୍ୟାଳୟ ଠାରୁ ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ସେନାବାୈହିନୀ ଗାଡିରେ ନିଆ ଯାଇଥିଲା । ସ୍ମୃତି ପୀଠରେ ପହଁଂଚିବା ପରେ ବେଦ ପାଠ କରାଯାଇଥିଲା । ସେଠାରେ ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଜ୍ୟଦା ସହ ତୋପୋ ସଲାମି ଦିଆସାଇ ଅନ୍ତିମ ସ୍ଂସ୍କାର କରାଯାଇଥିଲା । ତିନି ସୈନ୍ୟ ବାହିନୀର ମୁଖ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସଂସ୍କାର ସ୍ଥଳ ଜନସମୁଦ୍ରରେ ପରିଣତ ହୋଇଥିଲା । ଦେଶ ବିଦେଶର ନେତାମାନେ ଆସି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତି, ପ୍ରଧାମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବହୁ ବିଶିଷ୍ଟ ବ୍ୟକ୍ତି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ ଓ ଅନ୍ୟ କଂଗ୍ରେସ ବରିଷ୍ଠ ନେତା, ସିପିଆଇ, ସିପିଏମର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଭାରତରେ ଥିବା ବିଭିନ୍ନ ଦେଶର ଦୂତାବାସ ଗୁଡିକରେ ବାଚପେୟୀଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଦେଶର ଜାତୀୟ ପତକାକୁ ଅଧ ନମୀତ କରାଇଥିଲେ । ଭୂଟାନର ରାଜା, ଆଫାଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି, ନେପାଳ ବୈଦିଶିକ ମନ୍ତ୍ରୀ, ଶ୍ରୀଲଙ୍କାର କାର୍ଯ୍ୟକାରୀ ବୈଦିଶିକ ମନ୍ତ୍ରୀ, ବାଂଲାଦେଶର ବୈଦିଶିକ ମନ୍ତ୍ରୀ, ପାକିସ୍ତାନର ଆଇନ ମନ୍ତ୍ରୀ, ବହୁ ଆରଏସଏସ ନେତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ତାଙ୍କ ଉପରେ ପଡିଥିବା ପଡିଥିବା ଜାତୀୟପତାକା ଉଠାଯାଇ ତାଙ୍କ ପରିବାରଙ୍କୁ ଅର୍ପଣ କରାଯାଇଥିଲା । ପତାକା ଉଠାଇବା ପରେ ସେନା ଅଧିକାରୀମାନେ କଫିନରୁ ତାଙ୍କ ମରଶରୀରକୁ ବାହାର କରି କ୍ରିୟାକ୍ରମ କରାଯାଇଥିଲା । ତାପରେ ତାଙ୍କ ପୂରା ପରିବାରର ଉପସ୍ଥିତ ଥିଲେ । ଏହି ସମୟରେ ଶୋକ ପାଠ କରାଯାଇଥିଲା । କ୍ରିୟାକ୍ରମ ପରେ ତାଙ୍କ ପରିବାର କାନ୍ଧରେ ଜୁଇକୁ ଯାଇଥିଲେ ଅଟଳ ।

Loading...
ONA

Leave a Reply

Top