ମୁକୁଳିଲେ ମହାଠକ

1

ଭୁବନେଶ୍ୱର: ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରୁ ମୁକୁଳିଛନ୍ତି । ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳି ଥିବା ଜଣାପଡିଛି । ପ୍ରଶାନ୍ତ ଦାସ କ୍ଷତିଗ୍ରସ୍ତ ଜମାକାରୀଙ୍କ ୭ କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ସେ କ୍ରାଇମବ୍ରାଞ୍ଚ ଦ୍ୱାରା ୨୦୧୩ରେ ଗିରଫ ହୋଇଥିଲେ ।
ପ୍ରଶାନ୍ତଙ୍କୁ ୮ଟି ମାମଲାରେ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ତାଙ୍କୁ ୭ଟି ମାମଲାରେ ଜାମିନ ମିଳିଥିଲା । ନବରଙ୍ଗପୁର, ଯାଜପୁର ଓ ଟିଟିଲାଗଡରେ ତାଙ୍କ ନାମରେ ମାମଲା ଥିଲା । ପ୍ରଶାନ୍ତ ଦାଶଙ୍କ କମ୍ପାନୀ ‘ସିସୋର’ ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ନିଜେ ମାଲିକ ହୋଇଥିଲେ ମଧ୍ୟ ଜମାକାରୀଙ୍କୁ ବୁଝାସୁଝା କରିବା ବଦଳରେ ମୁମ୍ବାଇ ପଳାଇ ଯାଇଥିଲେ । ଶେଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପ୍ରଶାନ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ପରେ ସିସୋର ଚିଟଫଣ୍ଡ ମାମଲାରେ ରାଜ୍ୟର ଅନେକ ପ୍ରଭାବଶାଳୀ ବ୍ୟକ୍ତି ସଂମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲା । ସିସୋର ସହ ସମ୍ପର୍କ ରଖିଥିବା ଅନେକ ବ୍ୟକ୍ତି ସିବିଆଇ ଜାଲରେ ଫସିଥିଲେ । ଚିଟଫଣ୍ଡରେ ଜମା ରଖି ନିଜର କଷ୍ଟ ଅର୍ଜିତ ଧନ ହରାଇଥିବା ହଜାର ହଜାର ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇନଥିବା ବେଳେ ପ୍ରଶାନ୍ତ ଦାସ ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ପ୍ରଶାନ୍ତଙ୍କୁ ୨୦୧୭ ଅଗଷ୍ଟରେ କେତେକ ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here