ମୁଁ ବଞ୍ଚିଛି, ଅପପ୍ରଚାର ବନ୍ଦ କରନ୍ତୁ : ପପୁ

https://www.facebook.com/nnsodia/videos/267154983995629/?t=5

ପପୁ ପମପମଙ୍କ ମୃତ୍ୟୁ ହୋଇଯାଇଥିବା କଥା ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ମିଛ କଥା ଏବଂ ମିଛ ଅପପ୍ରଚାର କରି କାହିଁକି ମୋ ଆୟୁଷ ବୃଦ୍ଧି କରୁଛନ୍ତି ବୋଲି ପପୁ ଆଜି ନିଜେ ଏକ ଲାଇଭ ଭିଡିଓ କରି ଛାଡିଛନ୍ତି । ଯାହା କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି । ସେ ଉକ୍ତ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ନମସ୍କାର ମୁଁ ପପୁ ପମପମ୍ । ଏବେ ଖବର ବାରମ୍ବାର ଫେସବୁକରେ ଆସୁଛି କି ମୁଁ ମରିଯାଇଛି ବୋଲି । କାହିଁକି ମୋତେ ବାରମ୍ବାର ମାରି କି ମୋର ଆୟୁଷ ବୃଦ୍ଧି କରୁଛନ୍ତି । ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ । କାରଣ ମୋ ମରିବା କଥା ଯେତେ ଡିକ୍ଲାୟାର ହେବ ମୋର ସେତେ ଆୟୁଷ ବୃଦ୍ଧି ହେବ । ସତ କଥା ହେଉଛି ମୁଁ ଦିଲ୍ଲୀ ଯାଇଥିଲି, ଏମ୍ସରେ ଚିକିତ୍ସିତ ହେଉଥିଲି । ଚିକିତ୍ସିତ ହେବାପରେ ସବୁ ଡାକ୍ତରଖାନାରେ ନିୟମ ଅଛି ଗୋଟିଏ ମାସ ପାଇଁ ଚେକଅପ ହେବାକୁ ଯିବାକୁ ପଡେ । ତେଣୁ ଚେକଅପ ପାଇଁ ଯାଇଥିଲି । ଚେକଅପ ପାଇଁ ଯିବାକୁ ହେଲେ କଣ ମୋତେ ସମସ୍ତଙ୍କ ଠାରୁ ସୂଚନା ନେଇ ଯିବାକୁ ପଡିବ ନା ସବୁ କିଛି ମିଡିଆକୁ ଜଣେଇବାକୁ ପଡିବ ନା ସୋସିଆଲ ମିଡିଆରେ ଲେଖିବାକୁ ପଡିିବ ଯେ ଆଜି କେଉଁ କେଉଁ ଟ୍ରିଟମେଣ୍ଟ ହେଲି । ଏବଂ କେଉଁ କେଉଁ ସାଲାଇନ ନେଲି । ମୁଁ କେବଳ ଚେକଅପ ପାଇଁ ଯାଇଥିଲି । ବେକାର ନ୍ୟୁଜ କରି ଭାଇରାଲ କରାଯାଉଛି । ସେ କଥା ବିଶ୍ୱାସ କରନ୍ତୁ ନାହିଁ । ମୁଁ ଆପଣଙ୍କ ସାଙ୍ଗରେ ଥିଲି, ଅଛି ଏବଂ ରହିବି ମଧ୍ୟ । ଏବଂ ବହୁତ ଅଧିକା ଦିନ ରହିବି ଯେଉଁ ବାଟ ସବୁ କରୁଛନ୍ତି । ତେଣୁ ବେକାର ନ୍ୟୁଜକୁ ବିଶ୍ୱାସ କରନ୍ତୁନି । ମୋ ଉପରେ ବିଶ୍ୱାସ ରଖନ୍ତୁ ବୋଲି ସେ ଆଜି କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here