ମାଡ଼ି ଆସୁଛି କାଳବୈଶାଖୀ: ଅଧା ଓଡ଼ିଶା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାତିରେ କାଳବୈଶାଖୀ ତା’ର ପ୍ରକୋପ ଦେଖାଇବ । ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ଏବଂ ତା’ ସହିତ ୫୦ରୁ ୬୦ କିମି. ବେଗରେ ପବନ ବହିବ । ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୪ଟି ଜିଲ୍ଲା ଅର୍ଥାତ୍ ଅଧା ଓଡ଼ିଶା ଲାଗି କାଳବୈଶାଖୀର ସତର୍କ ସୂଚନା ଦେଇଛନ୍ତି । ସନ୍ଧ୍ୟା ୫ଟା ରୁ ରାତି ୯ଟା ମଧ୍ୟରେ ଅଧିକ ପବନ ହେବା ସହିତ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ କର୍ତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here