ମାଲକାନଗିରି: ଜାପାନି ଜର ମୃତ୍ୟୁ ସଂଖ୍ୟା ୮୨ ହେଲା

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୨ ଛୁଇଁଛି। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାନୀଗୁଡ଼ା ଗାଁର ରମେଶ ପଡ଼ିଆମୀଙ୍କ ମୃତ୍ୟୁ ହୋଇଥିଲା ବେଳେ ପରେ କୋରକୋଣ୍ଡା ବ୍ଲକ୍ ଡଙ୍ଗସଖାଲ ଗାଁର ରାସୀ ମାଢ଼ୀ ଓ ମା‌ଥିଲି ବ୍ଲକ୍ କତାପଲ୍ଲୀ ଗାଁର ରମେଶ ପୂଜାରୀଙ୍କ ମୃତ୍ୟୁ ହୋଇଛି। ଗତ ଦୁଇ ଦିନ ତଳେ ରମେଶ ପଡ଼ିଆମୀଙ୍କ ଭଉଣୀଙ୍କର ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ହୋଇଥିଲା।