ମାର୍ଚ୍ଚ ସୁଦ୍ଧା ୭୦ ଲକ୍ଷ ଲୋକଙ୍କୁ ପାଇପ୍ ପାଣି

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୨ଟି ସହରାଂଚଳର ୭୦ ଲକ୍ଷ ଲୋକଙ୍କୁ ପାଇପ୍ ପାଣି ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସହରାଂଚଳକୁ ପାଇପ୍ ପାଣି ଯୋଗାଣ ପାଇଁ ୨୭ ଶହ କୋଟି ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି । ଏହାକୁ ଠିକ୍ ସମୟରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେରାଜ୍ୟରେ ୧୦୮୯ କୋଟି ଟଙ୍କାର ଚାରିଟି ବଡ଼ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ବ୍ରହ୍ମପୁରବାରିପଦାସମ୍ବଲପୁରରାଉରକେଲାଝାରସୁଗୁଡ଼ାରାଜଗାଙ୍ଗପୁରସୁନ୍ଦରଗଡ଼ ଓ ବୀରମିତ୍ରପୁର ସହରର ଜଳଯୋଗାଣ ପ୍ରକଳ୍ପ ଶେଷ ହେବାର ନିଷ୍ପତ୍ତି ନିଆଯାଇଛି । ଆଇଆଇଟି ଭୁବନେଶ୍ୱର ଓ ନାଇଜରକୁ ଜଳ ଯୋଗାଣ ପାଇଁ ପିପିପି ମୋଡ଼ରେ ହେଉଥିବା ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ ଥିବାବେଳେ ଏହା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ସଚିବଙ୍କୁ କୁହାଯାଇଛି ।