You are here
Home > ଲାଟେଷ୍ଟ > ମାନୁ ଶିଖାଇଲେ ଶିଷ୍ଟାଚାର: ଅସମ୍ମାନ ହୋଇଥିବା ଖଣ୍ଡନ କଲେ

ମାନୁ ଶିଖାଇଲେ ଶିଷ୍ଟାଚାର: ଅସମ୍ମାନ ହୋଇଥିବା ଖଣ୍ଡନ କଲେ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରିଡ଼ାରେ ମାନୁ ଭାକେର୍ ଭାରତ ଲାଗି ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ତାଙ୍କୁ ସମ୍ବର୍ଦ୍ଧନା ଦେବାଲାଗି ତାଙ୍କ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏକ ସମ୍ବର୍ଦ୍ଧନା ସଭା । କିନ୍ତୁ ଏହି ସଭାମଞ୍ଚରେ ତାଙ୍କୁ ତଳେ ବସାଇ ଚେୟାର୍ ଦେଇନଥିବାର ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ତାଙ୍କୁ ଅସମ୍ମାନ କରାଯାଇଥିବାର ଆଲୋଚନା ହୋଇଥିଲା ସୋସିଆଲ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ।

ଭାରତୀୟ ସୁଟିଂ କୁଇନ୍ ମାନୁ ଭାକେର୍ ମହିଳା ୧୦ ମିଟର ଏୟାର ପିସ୍ତଲ ବିଭାଗରେ ହାସଲ କରିଥିଲେ ସ୍ୱର୍ଣ୍ଣ ପଦକ । ଏହି ସଫଳତାରେ ଦେଶ ସମେତ ତାଙ୍କ ଗାଁରେ ଖୁସି ଆଣିଦେଇଥିଲା । ତେବେ ସେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରୁ ଫେରିବା ପରେ ତାଙ୍କ ଗାଁରେ ତାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଗ୍ରାମର ମୁରବୀ ସ୍ଥାନୀୟ ବ୍ୟକ୍ତି ଓ ତାଙ୍କ ବାପା ମଞ୍ଚକୁ ଆସିବା ପରେ ସେ ଚେୟାରରୁ ଓହ୍ଲାଇ ତଳେ ବସି ପଡ଼ିଥିଲେ । ତେବେ ତାଙ୍କର ତଳେ ବସିବାକୁ ମାନୁଙ୍କୁ ଅସମ୍ମାନ କରାଯାଇଛି ବୋଲି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ଧିରେ ଧିରେ ଏହା ବିବାଦୀୟ ହୋଇପଡୁଥିବାରୁ ମାନୁ ନିଜେ ଖଣ୍ଡନ କରିଛନ୍ତି ଏହି ଅଭିଯୋଗକୁ । ମାନୁଙ୍କ କହିବା କଥା ହେଲା ତାଙ୍କ ବାପା/ମୂରବୀ ସଭାକୁ ଆସିବା ପରେ ସେ ଶିଷ୍ଟାଚାର ଦୃଷ୍ଟିରୁ ନିଜେ ଚେୟାରରୁ ଓହ୍ଲାଇ ତଳେ ବସି ପଡ଼ିଥିଲେ । ମୁଁ ଗୁରୁଜନ ମାନଙ୍କୁ ମୋର ସମ୍ମାନ ଜଣାଇଛି । ଏହା ଆମ ପରମ୍ପରା ଓ ସଂସ୍କୃତିର ସଂସ୍କାର । ତେଣୁ ଏହିକଥାକୁ ଅଯଥା ଗଣମାଧ୍ୟମରେ ପ୍ରଚାର କରାଯାଉଛି । ମୋତେ କେହି ଅସମ୍ମାନ କରିନାହାନ୍ତି ।

ଏବେ ସୋସିଆଲ ମିଡ଼ିଆରେ କ୍ରିଡ଼ାପ୍ରେମୀମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ସବୁଆଡ଼େ ଗୋଟିଏ ଚର୍ଚ୍ଚା । ସୁଟିଂ ଆଇକନ୍ ମାନୁ ଶିଖାଇଲେ ସମସ୍ତଙ୍କୁ ଶିଷ୍ଟାଚାର । ଏବେ ଗଣମାଧ୍ୟମରେ ଏହି କଥାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି ।

Loading...
ONA

Leave a Reply

Top