ମହାନଦୀ ବନ୍ୟା ନେଇ ଛତିଶଗଡ ମୁଣ୍ଡରେ ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର, ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ମହାନଦୀ ଅବବାହିକରେ ଥିବା ତଳିଆ ଅଂଚଳରେ ପାଣି ପଶିବା ଆରମ୍ଭ ହୋଇଛି । ଗତକାଲି ହୀରାକୁଦରେ ୨୫ ଟି ଗେଟ ଖୋଲିବା ପରେ ସେଠାରୁ ନିଷ୍କାସିତ ଜଳ ଆଜି ମୁଣ୍ଡଳୀ ପାଖରେ ପହଂଚିବ । ଆଜି ରାତି ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀକୁ ସାଢେ୮ ଲ କ୍ଷ କ୍ୟୁସେକ ଜଳ ପବେଶ କରିବ । ମହାନଦୀରେ ସୃଷ୍ଟି ହେଉଥିବା ଏହି ବନ୍ୟା ପରିସ୍ଥିତି ପାଇଁ ବିଜେଡି ଛତିଶଗଡକୁ ଦାୟୀ କରୁଛି । କଂଗ୍ରେସ ମଧ୍ୟ ଏଥିରେ ବିଜେଡି ସହ ସ୍ୱର ମିଳାଇଛି । କିନ୍ତୁ ଦୋଷ ଦେବା ବିଜେଡିର ପୁରୁଣା ଅଭ୍ୟାସ ବୋଲି ବିଜେପି କହିଛି ।
ବିଜେଡି ମୁଖପାତ୍ର ତଥା ଦଳର ଉପସଭାପତି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି , ମହାନଦୀକୁ ଦେଖିଲେ ଆମର ଯେତେବେଳେ ତିରୋଟ ସମୟ ଲୋକମାନେ ହାହାକାର ହେଉଥିବେ ଓ ଜୀବନ ଜୀବିକା ବିପନ୍ନ ହେଉତିବ, ଚାଷବାସ କ୍ଷେତି ଗ୍ରସ୍ତ ହେବ ସେତେବେଳେ କେହି ଆମ କଥା ଶୁଣିଲେ ନାହିଁ । ସେ ସମୟରେ ପାଣି ଦେଲେ ନାହିଁ । କିନ୍ତୁ ବର୍ଷା ଦିନେ ପାଣି ଅବିଚାରିତ ଭାବେ ଛାଡିଲେ । ଏବେ ନିକଟରେ ହୀରାକୁଦର ଜଳ ପରିଚାଳନା ପାଇଁ ଓଡିଶା ଓ ଛତିଶଗଡ ମଧ୍ୟରେ ଯେଉଁ ଆଭ୍ୟନ୍ତରୀଣ ବୈଠକ ହୋଇଥିଲା ସେଥିରେ ସବୁ କଥା ଆଲୋଚନା କରାଯାଇଥିଲା । ଏହି ବୈଠକ ପରେ ମଧ୍ୟ ଓଡିଶାକୁ ନଜଣାଇ ପାଣି ଛାଡିଛନ୍ତି । ଅଭିସନ୍ଧି ମୂଳକ ଭାବେ ହେଉ କି ଯେପରି ହେଉ ମନମୁଖୀ ପାଣି ଛାଡୁଛନ୍ତି । ଯାହାଫଳରେ କି ଆମର ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଛତିଶଗଡର ମନମାନୀ ଏଥିପାଇଁ ଦାୟୀ । ଆମେ ଆଗରୁ ଯାହା ଆଶଙ୍କା କରୁଥିଲୁ ଓ କହୁଥିଲୁ ତାହା ଏବେ ପ୍ରମାଣିତ ହୋଇଛି । ଏଥିରୁ ଜଣାପଡୁଛି ତାଙ୍କର ଜଳ ପରିଚାଳନାରେ ତ୍ରୁଟିପୂଣ୍ମ ବ୍ୟବସ୍ଥା ରହିଛି । ମହାନଦୀରେ ଛତିଶଗଡ ଯେଉଁ ବଡବଡ ବ୍ୟାରେଜ କରିଛି ତାହା ବନ୍ୟା ନିୟନ୍ତରଣ ପାଇଁ ନୁହେଁ ଶିଳ୍ପପତିଙ୍କୁ ଖରାଦିନେ ପାଣି ଦେବା ଲାଗି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ବିଜେପି ମୁକପାତ୍ର ଗୋଲକ ମହାପାତ୍ର ଏଥିରେ ପ୍ରତିକ୍ରିୟା ରଖି ବିଜେଡିକୁ ସମାଲୋଚନା କରି କହିଛନ୍ତି, ବିଜେଡି ଶସ୍ତା ରାଜନୀତି କରୁଛି । ବିଧାନସଭାରେ ରାଧାରାଣୀଙ୍କ ପ୍ରଶ୍ନର ଉତ୍ତରରେ ନିଜେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଛତିଶଗଡ ଆମ ସହ ଆଲୋଚନା କରି ପାଣି ଛାଡେ । ଏବେ ହଠାତ ଆଲୋଚନା କିପରି ବନ୍ଦ ହୋଇଗଲା । ନିଜର ସ୍ଥାଣୁତା ଓ ଅପରାଗତାକୁ ଦୂରେଇବାକୁ ଯାଇ କେତେବେଳେ ଇନ୍ଦ୍ରଙ୍କୁ ଦୋଷ ଦେଉଛନ୍ତି ଭୁବନେଶ୍ୱର ବୁଡିଗଲେ । ମାଲକାନଗିରିରେ ବନ୍ୟା ହେଲେ କହୁଛନ୍ତି ତଳ ମୁଣ୍ଡର ଦୋଷ, ସମ୍ବଲପୁରରେ ବର୍ଷା ହେଲେ କହୁଛନ୍ତି ଉପରମୁଣ୍ଡର ଦୋଷ । କେତେବେଳେ କେନ୍ଦ୍ର ଦୋଷ କେତେବେଳେ କହୁଛନ୍ତି ଧମେନ୍ଦ୍ର ଦୋଷ ଏହାକୁ ସେମାନେ ନାରା ରେ ପରିଣତକରିଛନ୍ତି । ନିଜର ଅପରାଗତାକୁ ଘୋଡାଇବା ପାଇଁ ଏହି କାଯ୍ୟ କରୁଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି , ଏହା ଏକ ବିବାଦୀୟ କଥା । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନିଦ୍ଧାରିତ ଗାଇଡ ଲାଇନ ଅନୁସାରେ ପାଣି ରଖିବା କଥା । ଛତିଶଗଡ କେତେବେଳେ କେଉଁ ପାଣି ଛାଡିବ ସେ କଥା ଏମାନେ ଜାଣିଲେ ସିନା ହେବ । ଛତିଶଗଡ ମନଇଚ୍ଛା ପାଣି ଛାଡୁଚି । ଏଥିପାଇଁ ମୁଁ ବହୁ ଆଗରୁ କହିଛି ମହାନଦୀରେ ଯେ ଖରା ଦିନେ ସମସ୍ୟା ହେଉଛି ତାହା ନୁହେଁ, ବର୍ଷାଦିନେ ମଧ୍ୟ ସମସ୍ୟା କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।