ମହାନଦୀ ପିଟିସନ୍ : ଟ୍ରିବ୍ୟୁନାଲ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ବର: ମହାନଦୀରେ ଛଟିଶଗଡ଼ ବ୍ୟାରେଜ ନିର୍ମାଣକୁ ନେଇ ଓଡ଼ିଶାର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ଲାଗି ଏକ ଟ୍ରିବ୍ୟୁନାଲ ଗଠନ ପାଇଁ  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ମହାନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟରୁ ଛତିଶଗଡ଼ ବିରତ ରହିବାକୁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ନବୀନ ପଟ୍ଟନାୟକ ।  

ଏନେଇ ଓଡିଶା ପକ୍ଷରୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାୟର କରାଯାଇଛି । ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ-୧୯୫୬ ଆଇନର ଧାରା ୩ ଅନୁସାରେ ଓଡ଼ିଶା ପକ୍ଷରୁ ଏକ ପିଟିସନ ଦାୟର ହୋଇଛି । ଏହି ଆଇନ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରି ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଓଡ଼ିଶା ପକ୍ଷରୁ ଦାବି ହୋଇଛି । ଏନେଇ ଓଡ଼ିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ୭ଶହ ପୃଷ୍ଠା ସମ୍ବଳିତ ତଥ୍ୟ ରିପୋର୍ଟ କେନ୍ଦ୍ର ଜଳ ସମ୍ପଦ ସଚିବଙ୍କୁ ପ୍ରଦାନ କରାଯାଇଛି । ଏହାସହ ଛତିଶଗଡ଼ ସରକାରଙ୍କ ପକ୍ଷରୁ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ମଧ୍ୟ ତଥ୍ୟ ପ୍ରଦାନ ରହିଛି । ଏତଦ୍ ବ୍ୟତୀତ ମହାନଦୀର ଐତିହ୍ୟ ଓ ଏଥିରେ ୪୦-୫୦ ବର୍ଷର ଜଳ ପ୍ରବାହ  ସଂପର୍କିତ ତଥ୍ୟ ରହିଛି ।

      ଅବଶ୍ୟ ପୂର୍ବରୁ ଗତ ଜୁଲାଇ ୧୬ରେ ମଧ୍ୟ ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଆଉ ସେହି ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଥିଲେ ମହାନଦୀରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଚାଲିଛି ଗତ ୧୧ ତାରିଖରେ କଟକରେ ମହାନଦୀ ଜଳ ଛୁଇଁ ଓଡ଼ଶାର ୮୭ ଲକ୍ଷ ପରିବାର ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଶାସକ ଦଳ । ପୂର୍ବରୁ ଗତ ଜୁଲାଇ ୨୭ରେ ବିଜେଡି ସାଂସଦମାନେ ମହାନଦୀ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ଆଲୋଚନା କରିଥିଲେ ଆଉ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ବିଜେଡିର ଜୁମ୍ବୋ ଟିମ ଛତିଶଗଡକୁ ଯାଇଥିଲା ଯୁବ ବିଜେଡି ନେତୃତ୍ଭରେ ୧୫ଟି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲା ରେଳରୋକ ହୋଇଛି ମହିଳା ବିଜେଡି କଳସ ଶୋଭାଯାତ୍ରା କରିଛି   କେନ୍ଦ୍ର ଜଳ ସଂପଦ ଆୟୋଗକୁ ଛତିଶଗଡର ବୋଲକରା କହି ଭୁବନେଶ୍ବର ସ୍ଥିତ ସିଡବ୍ଲୁସି ଆଗରେ ଶହେ ଦିନର ଧାରଣା ଦେଉଛି ବିଜେଡି

        ଏହା ବାଦ ଗତ ଜୁଲାଇ ୨୯ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ  ଦିଲ୍ଲୀରେ  ଛତିଶଗଡ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ ଆଉ ସମସ୍ୟାର ସମାଧାନ ପାଇଁ ଉମା ଭାରତୀଙ୍କ ଆହୂତ ତ୍ରିପାକ୍ଷିକ ବୈଠକରେ ସେପ୍ଟେମ୍ବର ୧୭ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ କିନ୍ତୁ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଦ୍ବାରା ପ୍ରସ୍ତାବିତ ବିଶେଷଜ୍ଞ କମିଟିକୁ ଓଡ଼ିଶା ସରକାର ପ୍ରତ୍ୟାଖ୍ୟାନ କରିଥିଲେ

ମତାମତ ଦିଅନ୍ତୁ

Please enter your comment!
Please enter your name here