ମମତା ବାର୍ନାଜୀଙ୍କ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ କଣ ସେ ଭିଡିଓ….

ନୂଆଦିଲ୍ଲୀ: ରାଜନୀତିକୁ ଛାଡିଦେଲେ ସଙ୍ଗିତ, ଚିତ୍ରକଲା ଓ କବିତା ସହ ବିଭିନ୍ନ ପ୍ରକାରର ଖେଳରେ ରୁଚି ରଖୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି | ତେବେ ଏଥର କୌଣସି ରାଜନୀତି ପାଇଁ ନୁହେଁ ବରଂ ଏକ ଖେଳ ଲାଗି ଚର୍ଚ୍ଚାକୁ ଆସିଛିନ୍ତି | ଶୁକ୍ରବାର ସନ୍ଧ୍ୟାରେ ସେ ବ୍ୟାଡ୍‌ମିଣ୍ଟନ୍‌ ଖେଳୁଥିବାର ଏକ ଭିଡିଓ ନିଜ ଟୁଇଟର୍‌ରେ ପୋଷ୍ଟ୍‍ କରିଥିବା ଜଣା ପଡିଛି । ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି ଯେ ଶ୍ରୀମତୀ ବାର୍ନାଜୀ ଶାଲ୍‌ ଖଣ୍ଡେ ଘୋଡି ହୋଇ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟରେ ସଟ୍‌ ବିରୋଧରେ ସଟ୍‌ ଜୋରସୋରରେ ମାରୁଛନ୍ତି । ୩୨ ସେକେଣ୍ଡ୍‌ର ଏହି ଭିଡିଓରେ ମମତା ବାନାର୍ଜୀ ଗୋଟିଏ ପଏଣ୍ଟ୍‌ ହରାଉଛନ୍ତି । ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, ଆମେ ଖେଳକୁ ସୁଖ ପାଉ । ତେବେ ସେ କେବଳ ଯେ କେଳରେ ରୁଚି ରଖନ୍ତି ତାହା ନୁହେଁ ଶ୍ରୀମତୀ ବାନାର୍ଜୀ ମଧ୍ୟ ଜଣେ ଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ ଅଟନ୍ତି । ତାଙ୍କର ଗୋଟିଏ ଚିତ୍ର ରାଷ୍ଟ୍ରପତି ଭବନରେ ଲାଗିଛି । ତାଙ୍କ ଲିଖିତ ଗୋଟିଏ କବିତା ପଶ୍ଚିମବଙ୍ଗ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ ପାଇଛି । ତାଙ୍କର ‘ରୌଦ୍ରଛାୟା’ ନାମରେ ଏକ ଗୀତ ଆଲ୍‌ବମ୍‌ ମଧ୍ୟ ରହିଛି । ସେଥିରେ ସେ ନିଜେ ଗୀତ ଲେଖିଛନ୍ତି ଓ ସ୍ୱର ମଧ୍ୟ ଦେଇଛନ୍ତି ।