ମନ୍ଦିର ପରିସରରୁ ବ୍ୟାଗ ଭିତରୁ ୧ମାସର ଶିଶୁକନ୍ୟା ଉଦ୍ଧାର

ଟିକମଗଡ: ମଧ୍ୟପ୍ରଦେଶ ଟିକମଗଡ ଜିଲ୍ଲାର ପର୍ଯ୍ୟଟନ ଓ ଧାର୍ମିକ ଆରୋଛାରେ ଏକ ମାସର ଶିଶୁକନ୍ୟା ସହ ଏଭଳି ଘଟଣା ଘଟିଛି ଯାହା ସ୍ଥାନୀୟବାସୀଙ୍କୁ ସ୍ତବ୍ଦ କରିଦେଇଛି । ସେଠାକାର ଥିବା ଏକ ମନ୍ଦିର ପରିସରରୁ ଏକ ବ୍ୟାଗରୁ ଏକ ଆଲୋଡା ଶିଶୁ କନ୍ୟାକୁ ଉଦ୍ଧାର କାରଯାଇଛି । ମନ୍ଦିର ପରିସରରେ ପଡିରହିଥିବା ବ୍ୟାଗଟି ହଲ୍ଚଲ୍ ହେଉଥିବା କିଛି ଶ୍ରଦ୍ଧାଳୁ ଦେଖିବାକୁ ପାଇଥିଲେ । ପରେ ଶିଶୁଟିର କାନ୍ଦଣା ଶବ୍ଦ ଶୁଣି ଶ୍ରଦ୍ଧାଳୁମାନେ ବ୍ୟାଗ ଖୋଲିଲାବେଳକୁ ସେଥିରୁ ଏକ ନବଜାତ ଶିଶୁକନ୍ୟାକୁ ପାଇଥିଲେ । ସ୍ଥାନିୟଲୋକଙ୍କଠୁ ଖବର ପାଇ ପୁଲିସ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଆରୋଛା ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଛି । ଶିଶୁଟି ସମ୍ପୂର୍ଣ୍ଣ ଭବେ ସୁସ୍ଥ ରହିଥିବାବେଳେ ତାର ବୟସ ଏକ ମାସ ବୋଲି ମେଡ଼ିକାଲ କତର୍୍ୁପକ୍ଷ କହିଛନ୍ତି । ସେହି ବ୍ୟାଗରୁ କମ୍ବଳ,କ୍ଷୀର ବୋତଲ ଏବଂ ପୋଷାକ ମିଳିଛି ।
ଆରୋଛା ମନ୍ଦିର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଜଣାପଡିଛି ଯେ ଏହି ବ୍ୟାଗଟିକୁ ଧରି ଏକ ଦମ୍ପତି ଆସି ମନ୍ଦିର ବାହାରେ ଥିବା ସିଡି ନିକଟରେ ବସିଥିଲେ । ଦମ୍ପତି ଜଣକ ସେଠାରେ ବହୁତ ସମୟ ଧରି ବସା ଉଠା କରୁଥିବାର ଦେଖାଯାଇଛି ସିସି ଟିଭିରେ । ଦେଖିବାକୁ ଗଲେ ପ୍ରାୟ ୪୦ ସେକେଣ୍ଡ ସେଠି ରହିଲା ପରେ ବ୍ୟାଗଟିକୁ ଉଠାଇ ନେଇ ସେମାନେ ପଳାଇଥିଲେ । ତା ପରେ ଅନ୍ୟ ଏକ ସିସିଟିଭିରେ ରାସ୍ତାରେ ଯାଉଥିବା ଉକ୍ତ ଦମ୍ପତିଙ୍କ ହାତରେ ସେହି ବ୍ୟାଗଟି ଦେଖିବାକୁି ମିଳିନଥିଲା । ଏହା ମନ୍ଦିର ପରିସରରେ ଥିବା ଭିନ୍ନ ଭିନ୍ନ ସିସିଟିଭି କ୍ୟାମେରାରୁ ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ ଅନୁସାରେ ଏହି ଘଟଣା ସକାଳ ୬:୩୩ ମିନିଟ୍ ରୁ ୬:୩୬ ମିନିଟ୍ ମଧ୍ୟରେ ଘଟିଛି ।ଶୀତ ଓ ଘନ ଘନ କୁହୁଡି କାରଣରୁ ରାସ୍ତାରେ କେହି ଉପସ୍ଥିତ ନଥିବାର ସୁଯୋଗ ନେଇ ଉକ୍ତ ଦମ୍ପତି ଏହି ଶିଶୁଟିକୁ ସେଠାରେ ଛାଡି ପଳାଇବାରେ ସକ୍ଷମ ହୋଇଥିଲେ ।