ମନ୍ତ୍ରୀ ରମେଶ ମାଝୀଙ୍କୁ କଳା ପତାକା ଦେଖାଇଲେ ବିଜେପି କର୍ମୀ

https://www.facebook.com/nnsodia/videos/267154983995629/?t=5

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ସର୍କିଟ ହାଉସରୁ ବୈଠକ ସାରି ଫେରିବା ସମୟରେ ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ରାସ୍ତାରେ କଳାପତାକା ଦେଖାଇଥିବା ଜଣାପଡିଛି । ଏହି ଘଟଣାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ୬ ଜଣଙ୍କୁ ଅଟକ ରଖାଯାଇଛି । ସର୍କିଟ ହାଉସରେ ଯୋଜନା ବୋର୍ଡର ବୈଠକ ସାରି ଫେରିବା ସମୟରେ ସୋନପୁର ସହରର ନଳିନୀ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here