ମନୋସରବରରେ ଛୁଟି କାଟୁଥିବା ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର, କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ମନୋସରବରରେ ଛୁଟି ମନାଉଥିବାର ସୋସିଆଲ ମିଡିଆରେ ଏହା ଦେଖିବାକୁ ମିଳୁଛି । ସୂଚନା ମୁତାବକ, ଆଜି ସକାଳୁ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଫଟୋ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ସେ ମନୋସରବର ଯାତ୍ରାର କିଛି ଫଟୋ ଓ ଭିଡିଓକୁ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ରାହୁଲ ତାଙ୍କ କ୍ୟାମ୍ପରେ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ନଜର ଆସୁଛନ୍ତି । ଏବଂ ସେୟାର କରିଥିବା ଫଟୋରେ ସେ କିଛି ଲୋକଙ୍କ ସହ ଫଟୋ ଉଠାଉଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here