ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗର ନୂଆ ଓ୍ଵବ୍‌ସାଇଟ୍‌

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୂଆ ଓ୍ଵବ୍‌ ସାଇଟ୍‌ କରାଯାଇଛି। www.secodisha.nic.in ମାଧ୍ୟମରେ ଜନସାଧାରଣ ଏହି ଓ୍ଵବ୍‌ସାଇଟ୍‌ ପରିଦର୍ଶନ କରିବା ସହିତ ଆବଶ୍ୟକ ତଥ୍ୟ ପାଇପାରିବେ ବୋଲି କମିସନଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରକାଶ। ୨୦୧୭ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ଥିବା ସେମାନଙ୍କ ଅଭିଯୋଗ ମଧ୍ୟ ଦାଖଲ କରିପାରିବେ। କମିସନଙ୍କ କାର୍ୟ୍ୟାଳୟ ପକ୍ଷରୁ ଦୁଇଟ୍‌ ଇମେଲ୍‌ ଠିକଣା ମଧ୍ୟ ଦିଆଯାଇଛି। ଏହି ଦୁଇଟି ଠିକଣା ହେଲା sec.odisha@gov.in ଓ stateelectioncommission.odisha@gmail.com। ଏଥିସହିତ କମିସନଙ୍କ ପକ୍ଷରୁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷକୁ ୦୬୭୪-୨୫୭୩୫୪୨ ନମ୍ବରରେ ଯୋଗାଯୋଗ କରିପାରିବେ।