ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ, ଦୁଇ ଅଟକ

https://www.facebook.com/nnsodia/videos/267154983995629/?t=5

ପୁଣି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି କଷ୍ଟମ ବିଭାଗ ସୁନା ଜବତ କରିଛି । ଏହି ସୁନା ୩୪୦ ଗ୍ରାମର ଥିବା ସୂଚନା ମିଳିଛି । ଜବତ ସୁନାର ମୁଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା । କୁଆଲାଲୁମ୍ଫୁରରୁ ଚେନ୍ନାଇ ଚୋରାଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ ବିଭାଗ ହାତରେ ଧରା ପଡିଥିଲା । ସୁନା ଚାଲାଣରେ ସଂପୃକ୍ତ ଦୁଇ ଜଣଙ୍କୁ ଅଟକ ରଖି ପଚାରାଉଚରା ଚାଲିଛି । ତେବେ ଉଭୟ ସୁନାକୁ ନିଜ କ୍ୟାରି ବ୍ୟାଗରେ ନେଇଯାଉଥିବା ବେଳେ ଧରାପଡିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here