ଭୁବନେଶ୍ୱରରେ ଦିଲ୍ଲୀ ଦରବାର

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିୀ ଜାତୀୟ କାର୍ଯ୍ୟକାରିଣୀ ବେଳେ ଭୁବନେଶ୍ୱରକୁ ଦିଲ୍ଲୀ ଦରବାର ଉଠିଆସିବ । ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିବେ  । ବିଭାଗୀୟ ସଚିବମାନେ ଆସି ରାଜ୍ୟ ପ୍ରଦର୍ଶନର ସମୀକ୍ଷା କରିବେ । ରାଜ୍ୟରେ କେନ୍ଦ୍ରୀୟ ଯୋଜନା କିଭଳି ଚାଲିଛି ତାକୁ ନେଇ ସଚିବମାନେ ସମୀକ୍ଷା କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି । ପୃଥ୍ୱୀ କହିଛନ୍ତି, ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା, ରାଜ୍ୟ ସରକାରଙ୍କୁ ହଇରାଣ କରିବା ଆମର ଉଦେଶ୍ୟ ନୁହେଁ । ଭୁବନେଶ୍ୱରରେ ଦିଲ୍ଲୀ ଦରବାରକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରି୍ରୟାରେ କହିଛନ୍ତି, ରାଜନୈତିକ ସ୍ତରରେ ଖେଳିବା ପାଇଁ ଉଦ୍ୟମ କରୁଛନ୍ତି । ସବୁ କଥାରେ ଖିଅ ବାହାର କରି ରାଜ୍ୟକୁ ଦୋଷ ଦେବା ପାଇଁ ବିଜେପି ଏସବୁ କାର୍ଯ୍ୟ କରୁଛି । ବିଜେପିର ଏହି କାର୍ଯ୍ୟ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଶାସନ ପ୍ରଣାଳୀରେ କିଛି ଫରକ ପଡିବନି ବୋଲି ପ୍ରତାପ କହିଛନ୍ତି । ସରକାର ସ୍ଥିର ଏବଂ ଦଳ ସ୍ଥିର ଅଛି । ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ହେଉ ଅବା ଭୁବନେଶ୍ୱରରେ ଦିଲ୍ଲୀ ଦରବାର ହେଉ ଏହାକୁ ନେଇ ଆମ ଦଳ ବିଚଳିତ ନୁହେଁ ବୋଲି ପ୍ରତାପ କହିଛନ୍ତି ।
  ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନେଇ ଦଳ ଏବେଠୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ଏବଂ ୧୬ରେ ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଓଡ଼ିଶାରେ ଆୟୋଜିତ ହେବାକୁଥିବା ବିଜେପିର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ରାଜନାଥ ସିଂହ, ଅରୁଣ ଜେଟଲୀ ପ୍ରମୁଖ ନେତାଙ୍କ ସହ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଯୋଗ ଦେବେ  । ଶେଷ ଥର ପାଇଁ ଓଡ଼ିଶାରେ ୧୯୯୮ରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା । ପ୍ରତି ୩ ମାସରେ ଏହି ବୈଠକ ହୋଇଥାଏ  । ଶେଷ ଥର ପାଇଁ କେରଳରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here