ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ଶିଶୁ ମହୋତ୍ସବ-ଅଞ୍ଜଳୀ

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ସୋମବାର ଠାରୁ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଜାତୀୟ ଶିଶୁ ମହୋତ୍ସବ-ଅଞ୍ଜଳୀ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଅଞ୍ଜଳୀ’ ପକ୍ଷରୁ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଶ୍ରୀଲଙ୍କା, ନେପାଳ, ଭୁଟାନର ଗୋଟିଏ ଲେଖାଏ ଦଳ ଭାଗ ନେଇଛନ୍ତି। ଏଥିସହ ଜମ୍ମୁ ଓ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରଜସ୍ଥାନ, ମଣିପୁର, ତ୍ରିପୁରା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତାମିଲନାଡ଼ୁ, ପଣ୍ଡିଚେରୀର ପ୍ରତିନିଧି ଦଳ ସାମିଲ ହୋଇଛନ୍ତି। ଓଡ଼ିଶାରୁ ମଧ୍ୟ ୩୮ଟି ଦଳ ଭାଗନେବେ। ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ କର୍ମଶାଳା ହେବ।

ଭଞ୍ଜକଳା ମଣ୍ଡପରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ‘ବାଇସ୍କୋପ୍‌’ ଅନୁଷ୍ଠିତ ହେବା ସହ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଓଟ ଏବଂ ଘୋଡ଼ା ଚଢ଼ା, କ୍ରୀଡ଼ାଙ୍ଗନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଟାଟୁ, ମ୍ୟାଜିକ୍‌, ହାସ୍ୟରସ କାର୍ଯ୍ୟକ୍ରମ ସଙ୍ଗୀତ, ଗୀତ, ନୃତ୍ୟ ପରି ବିଭିନ୍ନ କର୍ମଶାଳା ହେବ। ଚଳିତବର୍ଷ ପ୍ରଥମ ଥର ଲାଗି ସ୍ମାର୍ଟ ସିଟି ଉପରେ ଥ୍ରିଡି ମଡେଲ୍‌ କରାଯିବ। ଏଥିରେ ହସ୍ତଶିଳ୍ପ, ବେଲୁନ୍‌ ତିଆରି, ମାଟି ସାମଗ୍ରୀ ପ୍ରସ୍ତୁତ, ନୃତ୍ୟ, ସଙ୍ଗୀତ, ଡ୍ରାମା, ଆଦି କର୍ମଶାଳା ହେବ। ୧୫ରୁ ୧୮ ବର୍ଷର ପିଲାଙ୍କୁ ନେଇ କଳା ମହୋତ୍ସବ ‘ସ୍ୱୟଂ’ ହେବ।

LEAVE A REPLY

Please enter your comment!
Please enter your name here