ଭୁବନେଶ୍ୱରରେ ଅମିତ ଶାହା

0
1

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭାଜପା ଜାତୀୟ କାର୍ଯ୍ୟକାରିଣୀର ଦୁଇ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏଥିରେ ଶ୍ରୀ ଶାହା ଯୋଗ ଦେବେ  । ଆଜି ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଶାହାଙ୍କୁ  ସ୍ୱାଗତ କରିଥିଲେ । ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ପଦ୍ମଫୁଲର ମାଳ ପିନ୍ଧାଯାଇ ସ୍ୱାଗତ କରିଥିଲେ । ଆଜି ଓଡିଆ ନବବର୍ଷ ହୋଇଥିବାରୁ ଅମିତ ଶାହା ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଆ ନବବର୍ଷ ପାଳନ କରିବାର କାର୍ଯ୍ୟକ୍ରମ ରହିଛି ।
ଆସିବେନି ସୁଷମା ସ୍ୱରାଜ
ଆସନ୍ତା କାଲିଠାରୁ ଭୁବନେଶ୍ୱରରେ ହେବାକୁ ଯାଉଥିବା ଭାରତୀୟ ଜନତା ପାର୍ଟିର  ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯୋଗ ଦେବେ ନାହିଁ  । ସ୍ୱାସ୍ଥ୍ୟଗତ କାରଣରୁ ସୁଷମା ସ୍ୱରାଜ ଏହି  ଜାତୀୟ କାର୍ଯ୍ୟକାରିଣୀରେ ଭାଗ ନେଇ ପାରୁ ନାହାନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here