ଭାପୁରରେ କିଡନୀ ରୋଗ ଆତଙ୍କ: ଗଲାଣୀ ୫୦ ଜୀବନ

0
1
ଭାପୁର: ଭାପୁର ବ୍ଲକର ୪ଟି ପଂଚାୟତରେ ଏବେ କିଡନୀ ରୋଗର ଆତଙ୍କ । ୫ ବର୍ଷରେ ଏହି ଅଂଚଳରୁ ୫୦ରୁ ଊଦ୍ଧ୍ୱðରୋଗୀଙ୍କ ମୃତ୍ୟୁ ହୋଇଛି । ଏହାର କାରଣ ଜଣାପଡ଼ିନାହିଁ । ସ୍ଥାନୀୟ ଅଂଚଳରେ ସୃଷ୍ଟି ହୋଇଛି ଆତଙ୍କ । ଧାନଚାଙ୍ଗଡ଼ାପଥର ଚକଡ଼ାପଦ୍ମାବତୀ ଏବଂ ବାଉଁଶବାଟି ଭଳି ମହାନଦୀ କୂଳିଆ ପଂଚାୟତରେ ଏହି ରୋଗ ବ୍ୟାପୁଛି । ଗତ ୫ବର୍ଷ ମଧ୍ୟରେ ୧୫ଟି ଗ୍ରାମର ୫୦ରୁ ଊଦ୍ଧ୍ୱð ବ୍ୟକ୍ତିଙ୍କ ଜୀବନ ଯାଇଥିବାବେଳେ ୨୨ଜଣ ଚିକିତ୍ସିତ ହେଉଛନ୍ତି । ବ୍ରହ୍ମପୁର ଓ କଟକ ଦୁଇ ବଡ଼ ମେଡ଼ିକାଲର ଏକ ବିଶେଷଜ୍ଞ ଦଳ ଅଂଚଳ ବୁଲି ଦେଖିବା ସହ ଖାଦ୍ୟପାଣିମାଟି ଓ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ନେଇଛନ୍ତି । ସଂଗୃହୀତ ନମୁନାକୁ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ନିଉଟ୍ରେସନ କୁ ପଠାଯାଇଛି । ଅଦ୍ୟାବଧି ଏହାର କାରଣ ଜଣାପଡ଼ିନାହିଁ । ରୋଗ ନିଦାନ ପାଇଁ ଭାପୁର ଡାକ୍ତରଖାନାରେ ଯନ୍ତ୍ରପାତି ନଥିବାରୁ ରୋଗୀଙ୍କୁ କଟକ ଯାଇ ଚିକିତ୍ସିତ ହେବାକୁ ପଡ଼ୁଛି । ଲକ୍ଷ୍ମୀ ପ୍ରସାଦପଥରଚକଡ଼ାମାଧପୁରତଳ ମାରଡ଼ାକଇଁଥ ପୋଖରୀପୋଡ଼ା ସାହି ଓ ଛେଳିଆ ଆଦି ଗାଁ ମାନଙ୍କରେ ଲୋକଙ୍କ ପରିସ୍ରା ଜଳାପୋଡ଼ା ହେଉଛି । ପରିସ୍ରା ରହି ରହି ହେଉଛି ଏବଂ ପରିସ୍ରା ହେବାବେଳେ ବାଧା ସୃଷ୍ଟି ହେଉଛି । ଗୋଡ଼ର ପାଦ ଓ ମୁହଁ ଫୁଲିଯାଉଛି । ଡାକ୍ତରଖାନାରେ ପହଂଚିବା ପରେ କିଡନୀ ରୋଗ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here