ଭଦ୍ରକ ଦଙ୍ଗା: ଆରଡିସିଙ୍କୁ ରିପୋର୍ଟ ଦେଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ସହରରେ ଘଟିଥିବା ହିଂସାରେ କ୍ଷୟକ୍ଷତିର ରିପୋର୍ଟ ଜିଲ୍ଲାପାଳ  ଜ୍ଞାନ ରଞ୍ଜନ ଦାସ କେନ୍ଦ୍ରାଞ୍ଚଳ ଆରଡିସି ଅଖିଳ ବିହାରୀ ଓତାଙ୍କୁ ପ୍ରଦାନ କରିଛନ୍ତି  । ସହରର ୩୦ଟି ୱାର୍ଡ ମଧ୍ୟରୁ ୨୭ଟି ୱାର୍ଡର ୪୪୦ଟି ବ୍ୟବସାୟୀକ ପ୍ରତିଷ୍ଠାନ  ପୋଡି ଯାଇଥିବା ସହ ୧୦ଟି ପକ୍କାଘର ମଧ୍ୟ ପୋଡିଯାଇଛି । ଏହି ରିପୋର୍ଟରେ  ଉଠା ଦୋକାନୀ, ଗୋଦାମଘର ଓ ଦୋକାନଘର ସମେତ ମୋଟ୍ ୪୫୦ଟି ପ୍ରତିଷ୍ଠାନ ଓ ଘର ପ୍ରଭାବିତ ହୋଇଛି  । ମୋଟ୍ ୯ କୋଟି ଟଙ୍କାର ସମ୍ପତ୍ତି  ନଷ୍ଟ ହୋଇଥିବା  ଜିଲ୍ଲାପାଳ ରିପୋର୍ଟରେ ଦର୍ଶାଇଛନ୍ତି  । ଏହି ରିପୋର୍ଟ ଆରଡିସି ସମୀକ୍ଷା କରିବା ପରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ  । ସରକାର ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ଦୋକାନୀମାନଙ୍କ ଥଇଥାନ କରାଯିବ  ।  ସେହିପରି ପ୍ରଭାବିତ ହୋଇଥିବା ଘର ଓ ଗୋଦାମ ପ୍ରଭୃତି ପାଇଁ ସରକାର ସହାୟତା ପ୍ରଦାନ କରିବେ  । ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଭଦ୍ରକର ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ  ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ ।  ଏହା ସହିତ ପ୍ରଭାବିତ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ପାଇଁ ମୁ୍ୟନିସପାଲଟି ଜମି ଚିହ୍ନଟ କରିବା ସହିତ ରାଜ୍ୟ ସରକାର ସହାୟତା ଯୋଗାଇଦେବେ  ।