ଭଦ୍ରକରେ ମୁଖ୍ୟମନ୍ତ୍ରୀ

1

ଭଦ୍ରକ: ଭଦ୍ରକରେ ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଗସ୍ତରେ ଯାଇଛନ୍ତି । ସେ ପ୍ରଭାବିତ କଚୋରୀ ବଜାର, ଚନ୍ଦନ ବଜାର ଓ ନଙ୍ଗା ମହଳା ବୁଲିଛନ୍ତି । ଏପରିକି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ, ଡିଜି, ଆଇଜି ପ୍ରମୁଖ ଥିଲେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ନେହେରୁ ଷ୍ଟାଡିୟମରେ ଓହ୍ଲାଇଥିଲେ । ସେଠାରୁ ସେ ପୋଲିସ ବଳୟ ମଧ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟକାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏଥିରେ ଗୃହ ସଚିବ, ଡିଜି, ଆରଡିସି, ଜିଲ୍ଲାପାଳ, ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here