ବଢ଼ିଲା ହୋମଗାର୍ଡଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ହୋମ୍‌ଗାର୍ଡ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି। ନୂଆବର୍ଷରର ଦିନକ ପରେ ହୋମଗାର୍ଡ କର୍ମଚାରୀଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏ ନେଇ ମଙ୍ଗଳବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ପୂର୍ବରୁ ହୋମ୍‌ଗାର୍ଡ କର୍ମଚାରୀମାନେ ଦୈନିକ ୨୪୦ ଟଙ୍କା ପାଉଥିଲାବେଳେ ଏଣିକି ସେମାନେ ୩୦୦ ଟଙ୍କା ପାଇବେ। ମଜୁରୀ ବୃଦ୍ଧିସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ ପୂର୍ବରୁ କର୍ମଚାରୀମାନେ ଦାବି କରି ଆସୁଥିଲେ। ସରକାର ଏହାକୁ ସମାଲୋଚନା କରିବା ପରେ ସେମାନଙ୍କ ମଜୁରୀକୁ ବୃଦ୍ଧି କରିଛନ୍ତି। କାର୍ଯ୍ୟରେ ଯୋଗଦେଲେ ସେମାନେ ଦୈନିକ ପାଉଥିବା ମଜୁରୀର ୬୦ ଟଙ୍କା ଅଧିକ ପାଇବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।    

LEAVE A REPLY

Please enter your comment!
Please enter your name here