ଗୋପ ବ୍ଲକ ଉପାଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ରଙ୍କ ଉପରେ ଆଜି ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ନିରଞ୍ଜନ ବ୍ଲକ ଅଫିସକୁ ଆସିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ତାଙ୍କ ହାତ ଓ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବଶ୍ୱେର ସ୍ଥାନାନ୍ତର କରାଯାଇଛି । ନିରଞ୍ଜନ ବ୍ଳକ ଅଫିସକୁ ଆସୁଥିବା ବେଳେ ସୁବର୍ଣ୍ଣପୁରଠାରେ ୩ଜଣ ବ୍ୟକ୍ତି ତାଙ୍କୁ ଗୋଡାଇ ଗୋଡାଇ ରଡ୍ ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଆହତ ନିରଞ୍ଜନ କହିଛନ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓଲାଣ୍ଡିର ପ୍ରକାଶ ସ୍ୱାଇଁ, ପ୍ରଭାତ ସ୍ୱାଇଁ ଓ ସୁମନ୍ତ ସ୍ୱାଇଁ ମୋ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ମୋତେ ରକ୍ଷା କରିବାକୁ ଆସିଥିବା ଲୋକମାନଙ୍କୁ ବି ସୋମାନେ ଆକ୍ରମଣ କରିଥିଲେ । ରାଜନୈତିକ ଶତ୍ରୁତା ଯୋଗୁଁ ମୋ ଉପରେ ଆକମ୍ରଣ ହୋଇଛି । ଓଲାଣ୍ଡିର ପ୍ରକାଶ ସ୍ୱାଇଁ, ପ୍ରଭାତ ସ୍ୱାଇଁ ଓ ସୁମନ୍ତ ସ୍ୱାଇଁ ଏମାନେ ସମସ୍ତେ କଂଗ୍ରେସର । ଅଂଚଳରେ କଂଗ୍ରେସର ପତିଆରା କମୁଥିବାରୁ ଆକ୍ରୋସ ମୂଳକ ଭାବେ ସେମାନେ ଆକ୍ରମଣ କରିଛନ୍ତି । ଆଜି ପ୍ରଥମ ଥର ନୁହେଁ ପୂର୍ବରୁ ଗତ ମେ ୫ ତାରିଖରେ ବି ସେମାନେ ମୋତେ ଗାଁ ଦାଣ୍ଡରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here