ବ୍ରେକଅପ ପରେ ବୟଫ୍ରେଣ୍ଡ ପାଇ ଗୀତ ଗାଇ ଭାଇରାଲ ହେଲେ ନେହା, ଦେଖନ୍ତୁ ଏହି ଭିଡିଓରେ …


ମୁମ୍ୱାଇ: ବଲିଉଡରେ କିଏ କେତେବେଳେ ଏକାଠି ହୁଅନ୍ତି ତ କିଏ କେତେବେଳେ ବ୍ରେକଅପ ହୋଇଯାଆନ୍ତି ତାହାକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳେ | ତେବେ ଗଲା କିଛି ଦିନ ହେବ ବ୍ରକଅପ ଲିଷ୍ଟରେ ଆଗରେ ଅଛନ୍ତି ବଲିଉଡର ପେମଶ ସିଙ୍ଗର ନେହା କକ୍କର୍‌ | ସେ ତାଙ୍କ ବ୍ରେକଅପ ପରେ ପୂରା ଭାଙ୍ଗି ପଡିଥିବା ବେଳେ ସେ ଅନେକ ମାଧ୍ୟମରେ ହିମାଂଶ କୋହଲୀଙ୍କୁ ତାଙ୍କ ଗୀତ ମାଧ୍ୟମରେ ଜାହିର କରିଥାନ୍ତି | ମାତ୍ର ଗଲା ତିନିରୁ ଚାରି ଦିନ ଭିତରେ ସେ ଏକ ଭିଡିଓ ଲାଗି ଜୋରସୋରରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛନ୍ତି | କିନ୍ତୁ କୌଣସି କାରଣ ପାଇଁ ପ୍ରଥମେ ନେହା ଓ ହିମାଂଶ୍‌ ଦୁହେଁ ଦୁହିଁଙ୍କୁ ସୋଶାଲ ମିଡିଆ ଆକାଉଣ୍ଟରୁ ଅନ୍‌ଫଲୋ କରିଥିଲେ । ଯେଉଁଥିରୁ ତାଙ୍କ ଫ୍ୟାନ୍ସମାନେ ଜାଣିପାରିଥିଲେ ଯେ, ଦୁହିଁଙ୍କର ବ୍ରେକ୍ଅ‌ପ୍‌ ହୋଇସାରିଛି । ଏହି ବ୍ରେକଅପ୍‌ ପରେ ନେହା ସର୍ବଦା ଚିନ୍ତାରେ ରହୁଥିଲେ । ସେଥିପାଇଁ ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ ଉପରେ ମଧ୍ୟ ନେହା ଇମୋସନାଲ୍‌ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ବର୍ତ୍ତମାନ ନେହା ସୋଶାଲ ମିଡିଆରେ ଏକ ଗୀତକୁ ଶେଆର୍‌ କରିଛନ୍ତି । କୁହାଯାଉଛି ଯେ, ଏହି ଗୀତଟିକୁ ନେହା ଏକ୍ସ-ବୟଫ୍ରେଣ୍ଡ୍‌ ହିମାଂଶ କୋହଲିଙ୍କ ପାଇଁ ଡେଡିକେଟ୍‌ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି । ଏହି ଗୀତରେ ସେ ଏକ କମଳା ରଙ୍ଗର ଶାଢି ପିନ୍ଧିବା ସହ ହାଲକା ମେକଅପ ନେଇଥିବାର ଦେଖିବାକୁ ମିଳୁଛନ୍ତି | ନେହା ‘ତେରା ଘାଟା ‘ଗୀତଟିକୁ ଗାଇଛନ୍ତି ଏବଂ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଦେଖିଲେ ସଫା ଜଣାପଡୁଛି ଯେ, ନେହା ଦୁଃଖରେ ଅଛନ୍ତି। ନେହାଙ୍କ ଫ୍ୟାନ୍ସ ମଧ୍ୟ ଏହି ଭିଡ଼ିଓରେ କମେଣ୍ଟ୍‌ ଦେଇ ତାଙ୍କୁ ମଜବୁତ୍‌ ରହିବା ପାଇଁ କହିଛନ୍ତି । ଏହି ଗୀତଟିକୁ ଗଜେନ୍ଦ୍ର ବର୍ମା କମ୍ପୋଜ୍‌ କରିଛନ୍ତି। ମୂଳ ଗୀତରେ ସେ ହିଁ କଣ୍ଠଦାନ କରିଛନ୍ତି । ଏହି ଗୀତଟି କିଛି ଦିନ ପୂର୍ବରୁ ସୋଶାଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍‌ ହୋଇଥିଲା। ତେବେ ନେହା ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ ତାଙ୍କର ଫ୍ୟାନ୍ସମାନେ ଖୁସି ହେବା ସହିତ ହିଂମାଶ୍‌ଙ୍କ ପାଇଁ ଏହି ଗୀତଟି ଉଚିତ୍‌ ଜବାବ ବୋଲି କମେଣ୍ଟରେ କହିଛନ୍ତି । ତାଙ୍କ ଗୀତ ଗାଇବା ଠାରୁ କରି ତାଙ୍କ କ୍ରୋଧ ଲୁଚାଇବା ପ୍ରଣାଳୀ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିବାର ଦେଖିବାକୁ ମିଳୁଛନ୍ତି |