ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ: କେନ୍ଦ୍ରକୁ ଟାର୍ଗେଟ୍ କଲେ ଦିଲ୍ଲୀପ

1

ଭୁବନେଶ୍ୱର: ରାଉରକେଲା ପାନପୋଷ ନିକଟରେ ଦ୍ୱିତୀୟ ବ୍ରହ୍ମଣୀ ବ୍ରିଜ ନିର୍ମାଣ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଧାୟକ ଦିଲ୍ଲୀପ ରାୟ । ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ପାନପୋଷ ବ୍ରିଜ୍ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ତୁରନ୍ତ ପୋଲ ନିର୍ମାଣ କାମ କରିବାକୁ ଦାବି କରାଯାଇଛି । ଦୀର୍ଘ ୪ ବର୍ଷ ପୂର୍ବେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଆସିଥିବା ବେଳେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଗତ ୪ ମାସ ପୂର୍ବେ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଗଡକରୀ ରାଉରକେଲାକୁ ଆସି ଏହି ସେତୁର ଭିତିପ୍ରସ୍ତର ସ୍ଥାପନ କରିବା ସହ ଖୁବ୍ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ କାର୍ଯ୍ୟ ଆରମ୍ଭ ହେଲା ନାହିଁ ବୋଲି ବିଧାୟକ ଦିଲ୍ଲୀପ ରାୟ କ୍ଷୋଭ ପ୍ରକାଶ କରିଛନ୍ତି  । ଯଦି ଏହି କାମ ଆରମ୍ଭ ରେ ବିଳମ୍ବ ଘଟେ ତେବେ ଏହା ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି  । 

LEAVE A REPLY

Please enter your comment!
Please enter your name here