ବୈଜୟନ୍ତଙ୍କ ପାଇଁ ମହଙ୍ଗା ପଡ଼ିବ ତାଙ୍କ ବଂଧୁଙ୍କ ମନ୍ତବ୍ୟ

https://www.facebook.com/nnsodia/videos/267154983995629/?t=5

ନରସିଂହଙ୍କ କଡ଼ା ସମାଲୋଚନା
ଭୁନନେଶ୍ୱର: ଚିଲିକା ଉପରେ ହେଲିକେପ୍ଟର ଉଡ଼ାଇବା ଘଟଣା ଅପେକ୍ଷା ବୈଜୟନ୍ତଙ୍କ ପାଇଁ ଅଡୁଆ ହେବ କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ହେଲିକେପ୍ଟର ଉଡ଼ାଇବା । କେବଳ ହେଲିକେପ୍ଟର ଉଡ଼ାଇବା ଯେତିକି ଅପରାଧ ନୁହେଁ । ହେଲିକେପ୍ଟରରେ ଥିବା ତାଙ୍କ ବନ୍ଧୁ ଯେଉଁ ମନ୍ତବ୍ୟ ରଖିଛନ୍ତି ଓ ଭିଡ଼ିଓ ଭାଇରାଲ କରିଛନ୍ତି ତାହା ବୈଜୟନ୍ତଙ୍କ ପାଇଁ କାଳ ହୋଇପାରେ । କାରଣ ତାଙ୍କ ବନ୍ଧୁ ଅଭିଜିତ ଆୟାର ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏପରିକି ରୁଚିହୀନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ବିରୋଧୀ ବି ପ୍ରଶ୍ନ କରୁଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏନେଇ ବିଧାନସଭାରେ ଗଭୀର କ୍ଷୋଭ ପ୍ରକାର କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ମତ ରଖିଛନ୍ତି ।
ଅଭିଜିତଙ୍କ ଟ୍ୱିଟରେ ଭିଡିଓ ଭାଇରାଲ ହେବା ପରେ ସେଥିରେ ସେ ରଖିଥିବା ମତ ଲୋକ ଲୋଚନକୁ ଆସିଛି । ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ଯେଉଁଭଳି ଭାବରେ ମତ ରଖିଛନ୍ତି ନିଶ୍ଚିତ ଭାବରେ ଜଘନ୍ୟ ଓ ଘୃଣ୍ୟ । ଓଡ଼ିଶା ଲୋକଙ୍କ ମନରେ କଷ୍ଟ ଦେଉଥିବ । କୋଣାର୍କ ମନ୍ଦିର ସଂପର୍କରେ ଯେଉଁ ଭିଡିଓ ସେ ଛାଡ଼ିଛନ୍ତି ସେଥିରେ ସେ ଅତି ନିମ୍ନମାନର ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କୋଣାର୍କ ମନ୍ଦିରରେ ସବୁ ନଗ୍ନ ମୁର୍ତି ଅଛି । ଏହା ହିନ୍ଦୁ ପରମ୍ପରାର ବିରୋଧୀ । ଏଥିସହ ଆହୁରି କହିଛନ୍ତି, ଯେତେବେଳେ ରାମ ମନ୍ଦିର ନିର୍ମାଣ କରାଯିବ ସେ ସମୟରେ ଏଭଳି ଫଟୋ ସେଠି ରହିବ ନାହିଁ କିମ୍ବା ଏଭଳି ଚିତ୍ର କି ମୁର୍ତି ରହିବ ନାହିଁ । ଏପରିକି ଆହୁରି ମଧ୍ୟ କହିଛନ୍ତି, ଏହା ହେଉଛି ମୁସଲମାନଙ୍କର ସଂସ୍କୃତି । ହେଲେ ଏହା ନିଶ୍ଚିତ ଭାବରେ ଏଥିପାଇଁ ସାରା ଓଡ଼ିଶାବାସୀ ଓ ଓଡ଼ିଶାର ପ୍ରତ୍ୟେକ ନାଗରିକ ମର୍ମାହତ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅଭିଜିତ କୋଣାର୍କ ସୂର୍ଯ୍ୟମନ୍ଦିର ପାଖରେ ଛିଡ଼ାହୋଇ ଛାଡ଼ିଥିବା ଭିଡିଓରେ ତାଙ୍କ ବକ୍ତବ୍ୟ ରଖିଛନ୍ତି । ଯେଉଁ କୋଣାର୍କ ମନ୍ଦିରକୁ ବିଶ୍ୱରେ ପ୍ରଶଂସା କରାଯାଉଛି । ତାହାର ଐତିହ୍ୟ ଓ କାରୁକାର୍ଯ୍ୟକୁ ଅଭିଜିତ ସମାଲୋଚନା କରିଛନ୍ତି । କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟ ଓଡ଼ିଶାର ଶିଳ୍ପୀମାନଙ୍କ ପ୍ରରାକାଷ୍ଠା ଓ ପ୍ରଦର୍ଶନର ପ୍ରତୀକ ଭାବରେ ଗ୍ରହଣ କରାଯାଏ । କିନ୍ତୁ ଅଭିଜିତ କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ସମାଲୋଚନା କରୁଛନ୍ତି । ମନ୍ଦିରରେ ଥିବା ନଗ୍ନ ମୂର୍ତି ଦର୍ଶାଇ ଏହା କିପରି ପବିତ୍ର ସ୍ଥାନ ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି । କୋଣାର୍କ ମନ୍ଦିର ଓ ହିନ୍ଦୁମାନଙ୍କ ସଂସ୍କୃତି ବିରୋଧରେ ମୁସଲମାନଙ୍କ ଏକ ଷଡ଼ଯନ୍ତ୍ର । ଯେଉଁ ନୂତ ରାମ ମନ୍ଦିର ନିର୍ମାଣ ହେବ ସେଥିରେ ଏଭଳି ଅଶ୍ଳୀଳ ଚିତ୍ର ନରହୁ ବୋଲି ସେ କହିଛନ୍ତି ।
ଏହି ଟ୍ୱିଟ ଆସିଲା ପରେ ବିଧାନସଭାରେ ହୋହଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ହେବାରୁ ଅଭିଜିତ ତାଙ୍କ ଟ୍ୱିଟରୁ ଉକ୍ତ ଭିଡିଓଟିକୁ ଉଠାଇ ଦେଇଛନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ମତାମତ ଦିଅନ୍ତୁ

Please enter your comment!
Please enter your name here