ବେଆଇନ ନିଯୁକ୍ତି

https://www.facebook.com/nnsodia/videos/267154983995629/?t=5

ରାଜ୍ୟ ସରକାର ଏବେ କିଛି ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଆଇନ କାର୍ଯ୍ୟକୁ ପ୍ରଶୟ ଦେଉଥିବା ଚର୍ଚ୍ଚା । ବିଭିନ୍ନ ପଦପଦବୀରେ ନିଯୁକ୍ତି ହେଉ ଅବା ସରକାରୀ ନିର୍ଦ୍ଦେଶାବଳୀ ସବୁଥିରେ ଏଭଳି ବେଆଇନ ଛାପ ଛାଡ଼ିବାକୁ କିଛି ହାତଗଣତି ସରକାରୀ ଅଫିସର୍ ପଛାଉ ନାହାନ୍ତି । ଆଉ ବିରୋଧୀ ଦଳ ବି ଏସବୁ ଜାଣି ମଧ୍ୟ ନିରବ ରହୁଛି । ଚର୍ଚ୍ଚା ହେଉଛି, ରାଜ୍ୟ ସରକାର ୨ଟି କମିଶନ(ଆୟୋଗ) ପଦବୀରେ ବିଜେଡିର ୨ଜଣ ନେତ୍ରୀଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଛନ୍ତି । ଗୋଟିଏ ଆୟୋଗରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ନାରୀ ନେତ୍ରୀଙ୍କୁ
ଇତିମଧ୍ୟରେ ୬୫ବର୍ଷ ବୟସ ଅତିକ୍ରମ କରିଥିଲେ ମଧ୍ୟ ତାଙ୍କୁ ସେହି ପଦବୀରେ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି । ସେହିରି ଚଳିତ ସପ୍ତାହରେ ଅନ୍ୟ ଜଣେ ନେତ୍ରୀଙ୍କୁ ମଧ୍ୟ ଆଉ ଗୋଟିଏ ବିଭାଗ ଅଧୀନରେ ଥିବା ଆୟୋଗର ମୁଖ୍ୟ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶୁଣିବାକୁ ମିଳୁଛି, ଖୁବଶୀଘ୍ର କୁଆଡ଼େ ଓଡ଼ିଶା ଚଳଚ୍ଚିତ୍ର ନିଗମରେ ଅନ୍ୟ ୩ଜଣ ନେତା-ନେତ୍ରୀଙ୍କୁ ସଦସ୍ୟ ଏବଂ କଟକର ଜଣେ ଦଳୀୟ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁ୍କ୍ତି ମିଳିବ । କେବଳ ସେତିକି ନୁହେଁ ବିଭିନ୍ନ ବିଭାଗରେ ଏବେ ଖୋଲାଖୋଲି ଭାବେ କିଛି ଅଫିସର୍ଙ୍କ ଚାକିରି କାଳକୁ ବୃଦ୍ଧି କରାଯାଉଛି । ଯଦିଓ ତତ୍କାଳୀନ ମୁଖ୍ୟ ସଚିବ ନିଜେ ୨୦୧୫ ମସିହାରେ ଏକ ବିଜ୍ଞପ୍ତି ମାଧ୍ୟମରେ ଅବସର ନେଉଥିବା ବ୍ୟକ୍ତିଙ୍କ ପୁନଃ ନିଯୁକ୍ତି ଉପରେ କଟକଣା ଜାରି ପାଇଁ ତାଗିଦ୍ କରିଥିଲେ । କିନ୍ତୁ ଏହି ନିର୍ଦ୍ଦେଶ କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଥିବା କୁହାଯାଉଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here