You are here
Home > ଲାଟେଷ୍ଟ > ବେଆଇନ ଖଣି ମାମଲା: ଜୋରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ବେଆଇନ ଖଣି ମାମଲା: ଜୋରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯେଉଁ ବେଆଇନ ଖଣି ମାଲିକମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଜୋରିମାନେ ନ ଦେଇ ବସି ରହିଛନ୍ତି ସେମାନଙ୍କୁ ବଡ଼ ଝଟ୍‌କା ଲାଗିଛି । ବେଆଇନ ଖଣି ଲିଜଧାରୀଙ୍କଠାରୁ ନ୍ୟାୟିକ ପ୍ରକ୍ରିୟାରେ ଜୋରିମାନା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ହୋଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଖଣି ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଚରମ ବାଣୀ ଶୁଣାଇଛନ୍ତି । ଏପରିକି ଲିଜ୍‌ଧାରୀଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ଜୋରିମାନା ଆଦାୟ କରିବାକୁ ସୁପ୍ରମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ହୋଇଛି । ଖଣି ଜୋରିମାନା ଆଦାୟ ନେଇ ଆଜି ସୁପ୍ରିକୋର୍ଟ ଶୁଣାଣି କରିଛନ୍ତି । ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରିଥିଲେ । ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଜୋରିମାନା ଅର୍ଥ ପୈଠ କରି ନ ଥିବା ଖଣିଲିଜ ଧାରୀଙ୍କରଠାରୁ ଆଇନ ମୁତାବକ କାର୍ଯାନୁଷ୍ଠାନ ନେବାକୁ ଖଣ୍ଡପୀଠ କହିଛନ୍ତି । ଏପରିକି ସମ୍ପତି ବ୍ୟାଜ୍ୟାପ୍ତି  କରି ଅର୍ଥ ରାଶି  ଆଦାୟ କରିବାକୁ କୋର୍ଟ କହିଛନ୍ତି । ମାମାଲାର ପରର୍ବତ୍ତୀ ଶୁଣାଣୀ ଆସନ୍ତା ୧୦ ଦିନ ପରେ ହେବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ ଇଡକଲ ନିର୍ଦ୍ଧାରିତ ସମୟ ସୀମାର ୧୦ ଦିନ ପରେ ଜୋରିମାନା ଦେଇଥିଲା । ବିଳମ୍ବରେ ଜୋରିମାନା ପୈଠ କରିଥିବାରୁ ୧୨ ପ୍ରତିଶତ ସୁଧ ସହ କ୍ଷତିପୂରଣ ଦେବାକୁ ଇଡକଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ଡିସେମ୍ବର ୩୧ ସୁଦ୍ଧା ଜୋରିମାନା ପୈଠ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଡିସେମ୍ବର ୩୧ ସୁଦ୍ଧା ଜୋରିମାନା ପୈଠର ରିପୋର୍ଟ ରାଜ୍ୟ ସରକାର ସିଇସିରେ ଦାଖଲ କରିଥିଲେ । ଏହା ପରେ ୧୩୧ଟି କମ୍ପାନୀ ଜୋରିମାନା ପୈଠ କରି ନ ଥିବା ନେଇ ସିଇସି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ଆହୁରି ୪୪ଟି କମ୍ପାନୀ ଜୋରିମାନା ପୈଠ କରି ନାହାଁନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶକ୍ରମେ ୭ଟି ଖଣିକୁ ରାଜ୍ୟ ସରକାର ବନ୍ଦ କରି ଦେଇଥିଲେ । ଏହି ଖଣି ମଧ୍ୟରେ କୋଇଡାର ଏସେଲ୍ ମାଇନିଂ, ପଟ୍ଟାମୁଣ୍ଡାଇର ଓମ୍ ମାଇନ୍ସ, ବାଲ୍ଦାର ସିରାଜୁଦ୍ଦିନ ମାଇନ୍ସ, ରାଉରକେଲାର ଆଇଡିସି ଓ ନ୍ୟାସନାଲ୍ ଏଣ୍ଟର୍ପ୍ରାଇଜର୍ସ ଏବଂ ରାଇକେଳାର କ୍ରପ୍ ରିସୋର୍ସ ଏବଂ ମେସକୋ ମାଇନ୍ସ ଅନ୍ତର୍ଭୁକ୍ତ ରହିଛି । ପ୍ରାୟ ୧୯ ହଜାର କୋଟି ଟଙ୍କାର ଜୋରିମାନାରୁ ମାତ୍ର ୮ ହଜାର ୨୩୩ କୋଟି ଟଙ୍କା ଆଦାୟ ହୋଇଛି ।

Loading...
ONA

Leave a Reply

Top