ବେଆଇନ ଉଡାଣ ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକ୍ୟାପଟର ସିଜ

0
3

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉଡାଉଥିବା ଇମ୍ଫା ହେଲିକ୍ୟାପଟର ସିଜ ହୋଇଛି । ପୁରୀ ପୋଲିସ ହେଲିକ୍ୟାପଟର ସିଜ କରିଛି । ଚିଲିକା ଉପରେ ବେଆଇନ ଭାବେ ସାଂସଦ ହେଲିକ୍ୟାପଟର ଉଡାଣ କରିଥିବାରୁ ସିଜ କରାଯାଇଛି । ଏହା ତ।ଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ପୋଲିସ । ଶନିବାର ୧୫ ତାରିଖ ଦିନ ଚିଲିକାର ଅରଖ କୁଦା ଅଞ୍ଚଳରେ ଏକ ହେଲିକ୍ୟାପଟର କିମ୍ବା ସିପ୍ଲେନ ପ୍ରଚଣ୍ଡ ଶଦ୍ଧ କରି ଉଡିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସିଡିଏ କୃତ୍ତପକ୍ଷ ଅରଖ କୁଦା ମେରାଇ ଥାନାରେ ଏତଲା ଦେଇଥିଲେ । ପରେ ସିଡିଏର ଅଭିଯୋଗ ପରେ ଏୟାର ପୋର୍ଟ ଅଥରିଟିକୁ ରିପୋର୍ଟ ମାଗିଥିଲେ ପୁରୀ ଏସ ପି, ଆଉ ଏୟାରପୋର୍ଟ ଅଥରଟି ଇମ୍ଫା ହେଲିକ୍ୟାପଟର କୁ ଉଡାଣଲାଗି ଅନୁପତି ଦେଇଥିବା ରିପୋର୍ଟ ଆସିବା ପରେ ପୋଲିସ ଏପରି କାଯ୍ୟାନୁଷ୍ଠାନ ନେଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଢଙ୍ଗୀ । ଇମ୍ଫାର ହେଲି କ୍ୟାପଟର ଚିଲିକା ଉପରେ ଉଡାଣ ସମୟରେ ବୈଜୟନ୍ତ ପଣ୍ଡା ହେଲିକ୍ୟାପଟର ଚଳାଉଥିଲେ ଓ ତାଙ୍କ ସହ ଆଉ ୨ ଜଣ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ବୈଜୟନ୍ତଙ୍କ ସଫେଇ
ଚିଲିକା ଉପରେ ହେଲିକ୍ୟାପଟର ଉଡାଣକୁ ଅସ୍ୱିକାର କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କୋଣାର୍କ ଦେଇ କେନ୍ଦ୍ରାପଡା ଯାଇଛନ୍ତି । ହେଲେ ଯେଉଁ ସମୟରେ ଚିଲିକା ଉପରେ ଉଡାଣ ନେଇ ଏତଲା ହୋଇଛି ସେ ସେସମୟରେ ଉଡାଣ କରି ନାହାନ୍ତି ଓ କେନ୍ଦ୍ରାପଡାରେ ଥିଲେ ବୋଲି କହିଛନ୍ତି । ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଟ୍ୟୁଟରେ ପତିକ୍ରିୟା ରଖିଛନ୍ତି ବୈଜୟନ୍ତ ।

LEAVE A REPLY

Please enter your comment!
Please enter your name here