ବିଶ୍ୱକ୍ରମାଙ୍କ ସହ ମୋଦୀଙ୍କୁ ତୁଳନା କଲେ ବୈଜୟନ୍ତ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ଆଜି ହେଉଛି ବିଶ୍ୱକ୍ରମା ପୂଜା । ବିଶ୍ୱକ୍ରମାକୁ ବିଶ୍ୱ ନିର୍ମାଣର ସ୍ରଷ୍ଟା ବା ସ୍ଥପତି ଭାବରେ ବିବେଚନା କରାଯାଏ । ସବୁ ନବନିର୍ମାଣର ମୁଖ୍ୟ ଭାବରେ ବିଶ୍ୱକ୍ରମାଙ୍କୁ ହିଁ ପୂଜିତ କରାଯାଏ । ଆଜି ତାଙ୍କର ଜନ୍ମଦିନ ଭାବରେ ପାଳନ କରାଯାଉଛି । ଆଉ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ବିଶ୍ୱକ୍ରମାଙ୍କ ସହ ତୁଳନା କରିଛନ୍ତି । ବୈଜୟନ୍ତ ଟ୍ୱିଟ କରି କହିଛନ୍ତି, ବିଶ୍ୱକ୍ରମା ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବାସହ, ଏହି ସ୍ଥପତି ଆମ ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ । ଏଥିସହ ସେ କହିଛନ୍ତି, ଏହା ଅପୂବ ସଂଯୋଗ ଯେ ଆଜି ହେଉଛି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ମୋଦୀ ହେଉଛନ୍ତି ଦେଶ ଓ ତାଙ୍କ ଦଳରେ ନବଜାଗରଣ ଆଣିଥିବା ବିନ୍ଧାଣୀ । ତାଙ୍କର ଦୀର୍ଘ ଜୀବନ କାମନା କରିବା ସହ ତାଙ୍କର ସଫଳତାର ଧାରା ବଜାୟ ରଖିବାକୁ ଆଶାପ୍ରକାଶ କରିଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here