ବିଶ୍ୱକପ ଖେଳିବେ ତେନ୍ଦୁଲକର!

1
Mumbai: Mumbai Indians player Sachin Tendulkar along with son Arjun during the practice session ahead of their IPL 6 match at Wankhede in Mumbai on Monday. PTI Photo by Santosh Hirlekar(PTI4_8_2013_000156A)

ଉପସ୍ଥାପନା: ସମ୍ବ୍ରିତା ମହାନ୍ତି

କିମ୍ବଦନ୍ତୀ କ୍ରିକେଟ ଖେଳାଳଲ ସଚିିନ ତେନ୍ଦୁଲକର ଖେଳରୁ ସନ୍ୟାସ ନେବାର ପାଖାପାଖି ୪ବର୍ଷ ବିତିଲାଣି । ହେଲେ ଏବେ ବି ସଚିନ ସଚିନ ଧ୍ୱନୀର ସ୍ୱର ଥମିନି । ବର୍ତ୍ତମାନ ଭାରତୀୟ କ୍ରିକେଟ ଯେଉଁ ଆଡକୁ ଗତି କରୁଛି, କୁହାଯାଇଛି ଭେଟେରାନ୍ ଖେଳାଳିଙ୍କ ଆବଶ୍ୟକତା ରହିଛି । ତେବେ କ୍ରିକେଟ ପ୍ରେମୀ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୧୯ବିଶ୍ୱକପ କ୍ରିକେଟରେ ତେନ୍ଦୁଲକରଙ୍କ କ୍ରିକେଟର ଯାଦୁ ଦେଖିବାକୁ ମିଳିପାରେ । ହେଲେ ଏହା ବ୍ୟାଟିଂରେ ନୁହେଁ,ବରଂ ବୋଲିଂ ଦ୍ୱାରା ବିରୋଧୀ ଟିମ୍କୁ ଧରାଶାୟୀ କରି ପାରନ୍ତି ତେନ୍ଦୁଲକର ।
ତେନ୍ଦୁଲକର ନାଁ କ୍ରିକେଟ ଦୁନିଆରେ ନୂଆ ନୁହେଁ । ହେଲେ ଏଠାରେ ଯେଉଁ ତେନ୍ଦୁଲକରଙ୍କ ନାଁ କୁହାଯାଉଛି,ସେ ହେଉଛନ୍ତି କ୍ରିକେଟ ଗଡ୍ ସଚିନ ତେନ୍ଦୁଲକରଙ୍କ ଏକମାତ୍ର ପୁଅ ଅର୍ଜୁନ ତେନ୍ଦୁଲକର । ଯିଏ ୧୭ବର୍ଷ ବୟସରେ ଘଣ୍ଟା ପିଛା ୧୩୫ କିଲୋମିଟର ବେଗରେ ବୋଲିଂ କରି ପାରୁଛନ୍ତି । ବର୍ତ୍ତମାନ ଅର୍ଜୁନ ଇଲଣ୍ଡରେ ଅଭ୍ୟାସ କରୁଛନ୍ତି । ଅଭ୍ୟାସ ସମୟରେ ଇଲଣ୍ଡର ୱିକେଟ ରକ୍ଷକ ଜନ୍ନି ବେୟାଷ୍ଟୋଙ୍କୁ ସେ ଘାଇଲା କରିଥିବା ସୂଚନା ମିଳିଛି । ବାପା ସଚିନ ବି ନିୟମିତ ଅର୍ଜୁନଙ୍କ ପ୍ରିଶିକ୍ଷଣ ପ୍ରତି ଧ୍ୟାନ ଦେଉଛନ୍ତି । କାରଣ ବାପାଙ୍କ ଇଚ୍ଛା ତାଙ୍କ ପରି ପୁଅ ବି ୨୨ ୟାର୍ଡର କ୍ରିକେଟ ପିଚ୍ରେ ଚମକିବ ।
ବାମ ହାତି ବୋଲିଂ ଓ ବ୍ୟାଟିଂ କରୁଥିବା ଅର୍ଜୁନ ହେଉଛନ୍ତି ତେନ୍ଦୁଲକର ପରିବାର ସବୁଠାରୁ ଗେହ୍ଲା ପୁଅ । କାରଣ ସଚିନଙ୍କ ବାପା ରମେଶ ତେନ୍ଦୁଲକର ୧୯୯୯ ମସିହା ମେ’ମାସରେ ଇହଲୀଳା ତ୍ୟାଗ କରିଥିଲେ । ଜେଜଙ୍କ ମୃତ୍ୟୁର ୫ମାସ ପରେ ଅର୍ଥାତ୍ ସେପ୍ଟେମ୍ବର ମାସରେ ନାତି ଅର୍ଜୁନଙ୍କ ଜନ୍ମ । ତେଣୁ ତେନ୍ଦୁଲକର ପରିବାର ଅର୍ଜୁନଙ୍କ ଭିତରେ ରମେଶଙ୍କୁ ଦେଖନ୍ତି । ଯେଉଁଥିପାଇଁ ଅର୍ଜୁନଙ୍କ ସ୍ୱତନ୍ତ୍ର ଧ୍ୟାନ ନିଅନ୍ତି ସଚିନ । ୨୦୧୯ବିଶ୍ୱକପ୍ ସୁଦ୍ଧା ୧୯ବର୍ଷ ବୟସ୍କ ହୋଇଯିବେ ଅର୍ଜୁନ । ଏହା ଭିତରେ ଅର୍ଜୁନଙ୍କ ବୋଲିଂ ଗତି ଘଣ୍ଟା ପିଛା ୧୪୦କିଲୋମିଟର ହେବ ବୋଲି ସଚିନ ଦାବି କରିଛନ୍ତି ।
ଅନ୍ୟପଟେ ଭାରତୀୟ ବୋଲିଂ କୋଚ ଭାରତ ଅରୁଣ ମଧ୍ୟ ବାମହାତି ପେସ୍ ବୋଲରର ଅଭାବ କଥା ବାରମ୍ବାର ଦୋହରାଉଛନ୍ତି । ଏହି କ୍ରମରେ ଇର୍ଫାନ ପଠାନ ଓ ଆଶିଷ ନେହେରା ପରି ସିନିୟର ଖେଳାଳି ଆଗ ଧାଡିରେ ଅଛନ୍ତି, ତେବେ ବୟସ ବଢ଼ିବା ଯୋଗୁ ଏମାନଙ୍କୁ ଭାରତୀୟ କ୍ରିକେଟର ଲମ୍ବା ରେସର ଘୋଡା କହି ହେବନି । ଏପରି ସ୍ଥିତି କ୍ରିକେଟ୍ ଗଡ୍ ସଚିନଙ୍କ ଆର୍ଶୀବାଦ ସ୍ୱରୂପ ଅର୍ଜୁନ ଦୀର୍ଘ ଦିନ ଯାଏ ଦେଶର ପେସ୍ ଆଟାକ୍କୁ ସମ୍ଭାଳି ପାରିବେ ବୋଲି କ୍ରିକେଟ ବିଶେଷଜ୍ଞ ମତ । ଯଦି ସଚିନଙ୍କ ପରି ପିତା ଓ ରକ୍ତରେ କ୍ରିକେଟ୍ ରଖି ଭାରତୀୟ ଟିମର ପ୍ରତିନିଧିତ୍ୱ  ନକରି ପାରନ୍ତି ଅର୍ଜୁନ, ତେବେ ଏହା ତାଙ୍କ ବ୍ୟାଡ ଲକ୍ ବୋଲି କୁହାଯାଇ ପାରେ!

LEAVE A REPLY

Please enter your comment!
Please enter your name here