ବିଳମ୍ବ ହେବ +୨ ରେଜଲ୍ଟ: ସିଏଚଏସଇ ଅଧ୍ୟକ୍ଷଙ୍କ ପ୍ରେସମିଟ

ଭୁବନେଶ୍ୱର: ଏଥର +୨ ପରୀକ୍ଷା ଫଳାଫଳ ଘୋଷଣା ବିଳମ୍ବ ହେବ । ପରୀକ୍ଷା ଦେଇଥିବା ପରିକ୍ଷାର୍ଥୀଙ୍କୁ ଫଳାଫଳ ଲାଗି ଅପେକ୍ଷା କରିବାକୁ ପଡ଼ିବ ଆହୁରି ଅଧିକ ଦିନ । ଏଥର +୨ ପରୀକ୍ଷା ଖାତାଦେଖା କେନ୍ଦ୍ରରେ ୫୦ ପ୍ରତିଶତ ପରୀକ୍ଷକ ଅନୁପସ୍ଥିତ ରହିଥିବାରୁ ଏପରି ପରିସ୍ଥିତି ଉପୁଜିଲା ବୋଲି ଏକ ପ୍ରେସମିଟ୍ରେ କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ।

ସବୁଥର ପରି ଏଥର +୨ ପରୀକ୍ଷା ଫଳ ଧାର୍ଯ୍ୟ ସମୟରେ ପ୍ରକାଶ ପାଇବ ନାହିଁ । ବିଳମ୍ବ ହେବ ଫଳାଫଳ ଘୋଷଣା । +୨ ଖାତା ଦେଖିବାକୁ ଡ଼କାଯାଇଥିଲା ସର୍ବମୋଟ ୫୮୦୦ଜଣ ଶିକ୍ଷକଙ୍କୁ । ମାତ୍ର ଆଜିସୁଦ୍ଧା ୫୦ ପ୍ରତିଶତ ପରୀକ୍ଷକ ଖାତା ଦେଖିବାକୁ ନଆସି ପରୀକ୍ଷା ଖାତାଦେଖା କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ଖାତାଦେଖିବାକୁ ଆସୁନଥିବା ପରୀକ୍ଷକଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ତେଣୁ ଧାର୍ଯ୍ୟଠୁ କମ୍ ପରୀକ୍ଷକ ଖାତା ଦେଖୁଥିବାରୁ ଏଥର ଫଳାଫଳ ଘୋଷଣା ନିଶ୍ଚିତ ରୂପେ ବିଳମ୍ବ ଘଟିବ ବୋଲି ଏକ ସମ୍ବାଦିକ ସମ୍ମୀଳନୀ ଡ଼କାଇ ଖୋଦ ସିଏଚଏସଇ ଅଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି ।