ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ କଲେଜ ଛୁଟି ଘୋଷଣା

ଭୁବନେଶ୍ୱର : ଶ୍ରମିକ ସଂଗଠନଗୁଡିକ ଭାରତ ବଂଦ ଡ଼ାକରାରେ ସ୍କୁଲ ଓ କଲେଜ ଛୁଟି ନେଇ ସରକାର ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି | ଏଥିରେ ଅଧିକାଂଶ ଜିଲ୍ଲାପାଳ ଆସନ୍ତାକାଲି ନିଜ ନିଜ ଅଂଚଳରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି | ଏଥିରେ କଟକ, ବଲାଙ୍ଗୀର, ବରଗଡ଼,ବୌଦ୍ଧ,ଜଗତସିଂପୁର,ଭଦ୍ରକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋରଧା,ଭଦ୍ରକ, ମୟୁରଭଞ୍ଜ,ସମ୍ବଲପୁର, କୋରାପୁଟ, ନବରଙ୍ଗପୁର,କନ୍ଧମାଳ, ନୂଆପଡା,କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର,ରାୟଗଡା, ଗଜପତି ଓ ଅନୁଗୁଳ ପ୍ରଭୁତି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି |