ବିବାହିତ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ହରିୟାଣା, ହରିୟାଣାର ଅଂବଲା ସହରରେ ଏକ ୩୦ ବର୍ଷିୟା ବିବାହିତ ମହିଳାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଂବଲା ସହରର ରାହୁଲ କୁମାର (୨୯) । ପୋଲିସ ମୁତାବକ, ଅଭିଯୁକ୍ତଙ୍କ ସହ ମହିଳାଙ୍କ ଫେସବୁକରେ ଦୋସ୍ତି ଆରମ୍ଭ ହୋଇଥିଲା । ଦୋସ୍ତିର କିଛି ଦିନ ପରେ ଅଭିଯୁକ୍ତ ମହିଳାଙ୍କୁ ଚାକିରି ଦେବ ବୋଲି କହି ମହିଳାଙ୍କୁ ଅପହରଣ କରି ର୍ଦୁଷ୍କର୍ମ କରିଥିଲା । ଏବଂ ଦୁଷ୍କର୍ମ କରିବା ସହ ତାଙ୍କର ଅଶ୍ଳୀଷ ଭିଡିଓ ସୁଟିଂ କରି ବ୍ଲାକମେଲିଂ ମଧ୍ୟ କରୁଥିଲା । ପରେ ମହିଳା ଜଣଙ୍କ ପୋଲିସର ସହାୟତା ନେଇ ସମସ୍ତ ଘଟଣା ବିଷୟରେ କହିଥିଲେ । କିପରି ତାକୁ ରାହୁଲ ଚାକିରି ଦେବା ନାରେ ତାଙ୍କ ଘରୁକୁ ନେଇଯାଇଥିଲା । ତାପରେ ପାଣିରେ କିଛି ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲା । ପାଣି ପିଇବା ପରେ ସିଏ ଅଚେତ ହୋଇପଡିଥିଲେ । ଚେତା ଫେରି ଦେଖିଲା ବେଳକୁ ସିଏ ଉଲ୍ଲଙ୍ଗନ ହୋଇପଡିଛନ୍ତି । କିଛି ଦିନ ପରେ ପୁଣି ଥରେ ଅଭିଯୁକ୍ତ ରାହୁଲ ମହିଳାଙ୍କ ଘରକୁ ଆସି ସୋସିଆଲ ମିଡିଆରେ ତାଙ୍କ ଭିଡିଓ ସେୟାର କରିଦେବ କହି ବ୍ଲାକମେଲିଂ କରିଥିଲା । ଏଥିସହ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲା । ତେବେ ବର୍ତ୍ତମାନ ଯାଏଁ ଅଭିଯୁକ୍ତ ଗିରଫ ହୋଇନଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here