ବିବାହର ପ୍ରଥମ ଭିଡିଓକୁ ସେୟାର କଲେ କପିଲ, ଦେଖନ୍ତୁ ଏହି ଭିଡିଓରେ…

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ: ବଲିଉଡର ଅନେକ ଅବିନେତା ଓ ଅଭିନେତ୍ରୀ ଚଳିତ ବର୍ଷରେ ବିବାହ କରିଛନ୍ତି | କିନ୍ତୁ ସେଥିମଧ୍ୟରୁ ବେଶୀ ଆକର୍ଷଣ ଥିଲା କମେଡି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ବିବାହଘର । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଗିନି ଚତୁର୍ଥଙ୍କୁ ବିବାହ କରିଛନ୍ତି । ତେବେ କପିଲ ତାଙ୍କ ବିବାହର ପ୍ରଥମ ଅଫିସିଆଲ୍‌ ଭିଡିଓକୁ ଇଣ୍ଟରନେଟ୍‌ରେ ସେୟାର୍‌ କରିଛନ୍ତି । ଏହା ହେଉଛି ତାଙ୍କ ବିବାହ ପରର ପ୍ରଥମ ଭିିଡିଓ । କପିଲ୍‌ ବି ଦୀପିକା ପାଦୁକୋନଙ୍କ ଭଳି ୨ଟି ଶୈଳୀରେ ବିବାହ କରିଛନ୍ତି । ଡିସେମ୍ବର ୧୨ ତାରିଖରେ ସେ ହିନ୍ଦୁ ରୀତି ଅନୁସାରେ ବିବାହ କରିଥିବା ବେଳେ ଡିସେମ୍ବର ୧୩ ତାରିଖରେ ଶିଖ୍‌ ବିବାହ କରିଛନ୍ତି । ବିବାହ ପରି ବିବାହ ଭୋଜି ମଧ୍ୟ ଦୁଇ ଥର ଆୟୋଜନ କରିଥିଲେ କପିଲ୍‌ । ଗୋଟିଏ ଭୋଜି ଅମୃତସରରେ ହୋଇଥିବା ବେଳେ ଅନ୍ୟ ଭୋଜିି ମୁମ୍ବାଇରେ ଆୟୋଜିତ ହୋଇଥିଲା । କପିଲଙ୍କ ବିବାହ ଓ ରିସେପସନ ପାର୍ଟିରେ ବହୁ ନାମିଦାମୀ ବଲିଉଡ୍‌ ଷ୍ଟାର୍‌ ନଜର ଆସିଥିଲେ । କପିଲଙ୍କ ବିବାହର ଯେଉଁ ପ୍ରଥମ ଭିଡିଓଟି ଏବେ ୟୁଟ୍ୟୁବ୍‌ରେ ଦେଖିବାକୁ ମିଳିଛି ସେଥିରେ କପିଲଓ ଗିନିଙ୍କ ବିବାହର କିଛିଟା ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳୁଛି ।

ଭେଣ୍ଟିଲେଟରରେ ବଲିଉଡ୍‌ର ଭେଟେରାନ୍‌ ଆକ୍ଟର୍‌ କାଦର୍‌ ଖାନ୍‌

23 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here