ବିଧାୟକ ବ୍ରଜଙ୍କ ନାଁରେ ପ୍ରତାରଣା ଅଭିଯୋଗ

1

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଜଣେ ମହିଳା ଆଣିଛନ୍ତି ପ୍ରତାରଣ ଅଭିଯୋଗ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତ ମହିଳା ଜଣକ । ମନ୍ଦିରରେ ବିବାହ କରିବା ପାଇଁ ବ୍ରଜ ତାଙ୍କୁ ସାମାଜିକ ସ୍ୱୀକୃତି ଦେଉ ନଥିବା ସେ ଅଭିଯୋଗ କରିଛନ୍ତି । ପତ୍ନୀର ମାନ୍ୟତା ଓ ସାମାଜିକ ସ୍ୱିକୃତି  ଦେବାକୁ ମହିଳା ଜଣଙ୍କ ଦାବି କରିଛନ୍ତି  । ବିଧାୟକ ବ୍ରଜ ପ୍ରଧାନ ମୋ ପାଖରେ  ରହୁନାହାନ୍ତି । ଆମ ସମ୍ପର୍କ ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି । ଏହାସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି । ବହୁବାର ଭୁବନେଶ୍ୱରରେ ଥିବା କ୍ୱାର୍ଟରକୁ ନେଇଛନ୍ତି । ତାଳଚେର ଘରକୁ କେବେ ନେଇନାହାନ୍ତି  । ସେ କହିଛନ୍ତି, ୨୦୧୪ରେ ଆମର ଦେଖା ହୋଇଥିଲା । ଏହା ପରେ ମନ୍ଦିରରେ ବିବାହ କରିଥିଲୁ । ସବୁ ପ୍ରମାଣ ମୋ ପାଖରେ ଅଛି । ଆବଶ୍ୟକ ପଡିଲେ ପୋଲିସକୁ ଦେବି । ମୁଁ ତାଙ୍କୁ ବିବାହ କରିଛି । ସେ ସମସ୍ତଙ୍କ ଆଗରେ ସ୍ୱିିକାର କରନ୍ତୁ । ସେପଟେ ବିଧାୟକ ବ୍ରଜ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନି ।

LEAVE A REPLY

Please enter your comment!
Please enter your name here