ବିଧାୟକ ପ୍ରଶାନ୍ତ ଜଗଦେବ ବୋଲଗଡ ତଦସିଲଦାରଙ୍କୁ ମାଡ ମାରିବା ଅଭିଯୋଗ

0
1

ଖୋର୍ଦ୍ଧା:ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗୁଣ୍ଡାଗିରିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ। ଏଡିଏମ୍‌ଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନ୍ଦୋଳନରୁ ହଟିଥିଲେ। ତହସିଲ କର୍ମଚାରୀମାନେ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପରେ ବିଜେଡି କର୍ମୀମାନେ ତହସିଲ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ବିଧାୟକଙ୍କ ସମର୍ଥନରେ ନାରାବାଜି କରିଛନ୍ତି।

ଜବରଦଖଲ ଉଚ୍ଛେଦ କରିବା ପାଇଁ ଗତକାଲି ରାତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୋତେ ବାଧ୍ୟ କରିଥିଲେ। ସକାଳେ ମାପଚୁପ କରି କାର୍ୟ୍ୟାନୁଷ୍ଠାନ ନେବି ବୋଲି ମୁଁ କହିଥିଲି। ତେବେ ବିରକ୍ତ ହୋଇ ସେ ଘଟଣାସ୍ଥଳରେ ଥିବା ଏକ ଲଣ୍ଠନ ଫୋପାଡ଼ି ଦେଇଥିଲେ। ତାହା ମୋ ଦେହରେ ବାଜି ଥିଲା। ବୋଲି ତହସିଲଦାର ନିହାରିକା ନାୟକ କହିଛନ୍ତି ସେପଟେ ଏ ଅଭିଯୋଗକୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here