You are here
Home > ଲାଟେଷ୍ଟ > ବିଧାୟକଙ୍କୁ ଟିପ୍ସ ଦେଲେ ନବୀନ

ବିଧାୟକଙ୍କୁ ଟିପ୍ସ ଦେଲେ ନବୀନ

ଭୁବନେଶ୍ୱର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଆଶାତୀତ ସଫଳତା  ଲାଭ କରିନଥିବା ଦେଖାଦେଇଛି । ଏହା ସହ ଆଜିଠାରୁ ପଞ୍ଚଦଶ ବିଧାନସଭାର ନବମ ଅଧିବେଶନ ଆରମ୍ଭ ହୋଇଛି । ଏହା ପୂର୍ବରୁ ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ କିଛି ଟିପ୍ସ ଦେଇଥିବା ଜଣାପଡିଛି । ପଞ୍ଚାୟତ ଫଳାଫଳକୁ ଗୁରୁତ୍ୱର ସହ ନେଇଛନ୍ତି  । ଦଳୀୟ ବିଧାୟକମାନଙ୍କୁ ବର୍ତ୍ତମାନଠାରୁ ସତର୍କ ଏବଂ ପରାମର୍ଶ ଦେଇଛନ୍ତି ନବୀନ । ଫଳାଫଳକୁ ନେଇ ବ୍ୟସ୍ତ ନ ହୋଇ କିପରି ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ଲୋକହିତକାରୀ  ତଥା ସରକାରୀ ଯୋଜନାଗୁଡିକୁ ପହଞ୍ଚାଯାଇ ପାରିବ ସେଥିପାଇଁ କାମ କରିବାକୁ ଉପଦେଶ ଦେଇଛନ୍ତି ନବୀନ  । କିଛି ଜିଲ୍ଲାରେ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ନବୀନ । ଏହା ସହ ଖରାପ ପ୍ରଦର୍ଶନ କରିଥିବା ବିଧାୟକମାନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି  । ଫଳାଫଳରେ ଦଳ ଏବେବି ଏକ ନମ୍ବର  ସ୍ଥାନରେ ରହିଛି । ତେଣୁ କମିଯାଇଥିବା ଫଳାଫଳକୁ ନେଇ ସମୀକ୍ଷା କରିବା ସହ  ଲୋକମାନେ ପରିବର୍ତ୍ତନ ଚାହୁଁନଥିବା କହିଛନ୍ତି । ତେବେ ଲୋକମାନେ ବିଧାୟକମାନଙ୍କଠାରୁ ଅଧିକ କାମ ଆଶା କରୁଛନ୍ତି । କାରଣ ଆମେ ଲୋକମାନଙ୍କ ସେବା କରିବା ପାଇଁ ଅଛୁ । ତେଣୁ ବିଧାୟକମାନଙ୍କୁ ମୋଟାମୋଟି ଭାବେ ଲୋକମାନଙ୍କ ପାଇଁ କାମ କରିବାକୁ ସୁପ୍ରିମୋ ନବୀନ କହିଛନ୍ତି ।

Loading...
ONA

Leave a Reply

Top