ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

0
1

ଭୁବନେଶ୍ୱର: ଗୁରୁବାରଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହର ପ୍ରଥମ ଦିବସରେ ବିଭିନ୍ନ ଦିବଂଗତ ନେତା ଓ ସହିଦଙ୍କ ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିବା ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହ କାର୍ଯ୍ୟକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
  ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ  ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ସ୍ୱର୍ଗତ ସୁବଳ ସାହୁ,  ପୂର୍ବତନ ବିଧାୟକ ସୁର ସେଠୀ ଓ ଓଡ଼ିଶା ପୋଲିସର ସହିଦ କନଷ୍ଟେବଳ ଲକ୍ଷ୍ମୀକାନ୍ତ ଜାନିଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାପରେ ଉଭୟ ବିରୋଧୀଦଳ ପକ୍ଷରୁ ଶୋକ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା । ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ୱଳ୍ପକାଳିନ ଅଧିବେଶନରେ ୮ଟି କାର୍ଯ୍ୟଦିବସ ରହିଛି । ଏଥିରେ ୬ଟି ସରକାରୀ ଓ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଅଧିବେଶନରେ ମୋଟ ୯ଟି ବିଲ ପାରିତ ହେବାର ସୂଚନା ରହିଛି । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ, ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ବଜାର ସଂଶୋଧନ, ମୋଟର ଯାନ, ଧାର୍ଯ୍ୟକରଣ ବିଲ, ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ବିଲ, ଯନ୍ତ୍ରୀ ସେବା ସଂଶୋଧନ ବିଲ ଆଦି ଗୃହରେ ପାରିତ ହେବାର ଅଛି  ।

LEAVE A REPLY

Please enter your comment!
Please enter your name here