You are here
Home > ଲାଟେଷ୍ଟ > ବିଧାନସଭା ଆରମ୍ଭରୁ ଅଚଳ

ବିଧାନସଭା ଆରମ୍ଭରୁ ଅଚଳ

ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହ ଅଚଳ ହୋଇପଡିଛି । ଚାଷୀଙ୍କ ସମସ୍ୟା ନେଇ ବିରୋଧୀ ଦଳଙ୍କ ହଟ୍ଟଗୋଲ ଓ ଶାସକ ଦଳର ଧାରଣାରୁ ଗୃହ ଚାଲିପାରିନଥିଲା । ଫଳରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ମୂରଲୀଧର ଗୁରୁ ଓ ବିଧାୟକ ସମାଇ କିସ୍କୁଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ବାଚସ୍ପତି ନିର୍ଦେଶ କ୍ରମରେ ଦିବଂଗତ ବିଧାୟକଙ୍କ ଉଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ କଂଗ୍ରେସ ଦଳ ପକ୍ଷରୁ ଚାଷୀ ଓ ଚାଷର ସ୍ୱତନ୍ତ୍ର ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଆଲୋଚନା ପାଇଁ ବାଚସ୍ପତି ଅନୁମତି ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ଏହା ସହିତ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଦୁଇ ଦୁଇ ଥର ଗୃହକୁ ମୁଲତବୀ ରଖାଯାଇଥିଲା । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । କିନ୍ତୁ କଂଗ୍ରେସ, ବିଜେପି ଓ ବିଜେଡି ଦଳର ସଦସ୍ୟ ମାନେ ଏହାକୁ ନେଇ ପୁନର୍ବାର ହଟ୍ଟଗୋଳ କରିବାରୁ ବାଚସ୍ପତି ପ୍ରଦୀପ ଅମାତ ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲିଘୋଷଣା କରିଥିଲେ । ବିଜେଡି ଦଳର ବିଧାୟକ ମାନେ ଧାନର ସର୍ବନିମ୍ନ ମୂଲ୍ୟରେ ବୃଦ୍ଧି କରିବା ଦାବିରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ଅନ୍ୟପକ୍ଷରେ ବିଜେପି ଦଳର ବିଧାୟକ ମାନେ ଧନକେଣ୍ଡା ଧରି ଚାଷୀ ମାନଙ୍କର ସମସ୍ୟା କଥା ଉଠାଇଥିଲ । କଂଗ୍ରେସ ଦଳର ସଦସ୍ୟମାନେ କଥା ଉଠାଇଥିଲେ । ୧୭ ବର୍ଷର ବିଜେଡି ଚାଷ, ବେକକୁ ଦଉଡି, ପେଟକୁ ବିଷ, ଚାଷୀଙ୍କ ଦୁଃଖ ଶୁଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୟ ନାହିଁ ବୋଲି ଲେଖାଥିବା ବ୍ୟାନର ଧରି କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ ।

Loading...
ONA

Leave a Reply

Top