ବିଧାନସଭାରେ ନରସିଂହଙ୍କ ଚ୍ୟାଲେଞ୍ଜ , କେତେ ପରିମାଣର ଜମି ଜଳସେଚିତ ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

1

ଭୁବନେଶ୍ୱର: ବିଧାନସଭାରେ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ବଲାଙ୍ଗୀରରେ କେତେ ପରିମାଣ ଜମିରେ ଜଳ ସେଚନ ହେଉଛି, ତାହାର ବାସ୍ତବ ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନିଜର କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋ ସହିତ ଚାଲନ୍ତୁ ବଲାଙ୍ଗୀର ଜିଲ୍ଲାରେ କେତେ ପରିମାଣରେ ଜମି ଜଳସେଚିତ ହୋଇଛି ଦେଖିବେ । ମୁଖ୍ୟମନ୍ତ୍ରୀ ଜଳସେଚନର ପ୍ରମାଣ ଦେବେ ତାହେଲେ ସେ ନିଜ ପଦରୁ ଇସ୍ତଫା ଦେଇଦେବେ ବୋଲି ନରସିଂହ କହିଛନ୍ତି । ଯଦି ଏହା ପ୍ରମାଣିତ କରିନପାରନ୍ତି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୋନପୁରରେ ୯୫ ପ୍ରତିଶତ ଜଳସେଚିତ ହେଉଥିବା ତଥ୍ୟ ଦିଆଯାଇଛି । ଏହା ସହ କଟକ, ପୁରୀରେ ଜମିଠାରୁ ଅଧିକ ଜଳସେଚିତ ତଥ୍ୟକୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here