ବିଧାନସଭାରେ ଧାନ ତାତି: ଚାଲିପାରିଲାନି ଗୃହର ପ୍ରଶ୍ନକାଳ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୮ ଶହ ଟଙ୍କାକୁ ବୃଦ୍ଧି  କରିବା ପାଇଁ ବିରୋଧୀ ଗୃହରେ ଦାବି କରିଛନ୍ତି । ଏନେଇ ବିରୋଧୀ ଦଳର ସଦସ୍ୟ ମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ନିରଞ୍ଜନ ପୁଜାରୀ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ । କଂଗ୍ରେସର ତାରା ପ୍ରସାଦ ବାହିନୀପତି ଓ ନବକିଶୋର ଦାସ ହଟ୍ଟଗୋଳରେ ମାତି ଥିବାରୁ ସେମାନଙ୍କର ପ୍ରଶ୍ନଉପରେ ଆଲୋଚନା ହୋଇ ପାରିନଥିଲା । ପ୍ରଥମ ଦଫାରେ ୧୦.୩୩ରୁ  ୧୨.୩୦ ଓ ୧୨.୩୪ରୁ ୧୨.୫୫ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ପୁଣି ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ପ୍ରତିବାଦ ତୀବ୍ର କରିବାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି  ପୋଡିୟମ ବାଡେଇବା ସହ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା, ମାର୍ଶାଲ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ବାଧା ଦେବା ଘଟଣା ମାନ ଦେଖିବାକୁ ମିଳିଥିଲା । ବିଜେପି ବିଧାୟକ ମାନେ ନିଜ ନିଜ ଆସନରେ ଅନୁରୂପ ଭାବେଠିଆ  ହୋଇ ସର୍ବନିମ୍ନ ସହାୟକ ମୁଲ୍ୟ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ  । ଅନ୍ୟପକ୍ଷରେ  ଏହି ହଟ୍ଟଗୋଳ ସମୟରେ ବାଚସ୍ପତିଙ୍କ ନିର୍ଦେଶ କ୍ରମେ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଓଡ଼ିଶା ବିକ୍ରୟ କର ଅଧିନିୟକ ସଂକ୍ରାନ୍ତୀୟ କାଗତ ଉପସ୍ଥାପନ କରିଥିଲେ  । ସେହିପରି ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓଡ଼ିଶା ଅବକାରୀ ନିୟମାବଳୀ ୨୦୧୭ ସମ୍ପର୍କୀୟ କାଗଜ ଉପସ୍ଥାପନ କରିଥିଲେ  । ରାଜସ୍ୱ ବିପର୍ଯ୍ୟୟ  ପରିଚାଳନା ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଅନୁପସ୍ଥିତିରେ ଓଡ଼ିଶା ସେଚନ ସଂଶୋଧନ ନିୟମାବଳୀ ଏବଂ ଓଡ଼ିଶା ବେସରକାରୀ  ଅନୁଦାଦ ପ୍ରାପ୍ତ କଲେଜ କର୍ମଚାରୀ ଭବିଷ୍ୟତ ନିଧି ନିୟମାବଳୀ ସଂକ୍ରାନ୍ତୀୟ କାଗଜ  ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ସରକାରୀ ମୁଖ୍ୟ ସଚେତକ ଶ୍ରୀ ଅନନ୍ତ ଦାସ ଓଡ଼ିଶା ବିଧାନସଭା କାର୍ଯ୍ୟ ବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ  ୩୩(୧) ଅନୁଯାୟୀ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଉପସ୍ଥାପନା କରିଥିଲେ । ପରେ ସହମତି ପ୍ରକାଶ କରିବା ପାଇଁ ଶ୍ରୀ ଦାସ ପ୍ରସ୍ତାବ ଆଗତ କରିଥିଲେ  । ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।

ମତାମତ ଦିଅନ୍ତୁ

Please enter your comment!
Please enter your name here