ବିଦ୍ୟୁତ ଆଘାତରେ ଆଖି ବୁଜିଲା ହାତୀ!

1

ଢ଼େଙ୍କାନାଳ,: ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଢ଼େଙ୍କାନାଳରେ । ମୃତ ହାତୀଟି ଗର୍ଭବତୀ ଥିବା ଜଣାପଡିଛି । ବନବିଭାଗ ମମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ଢ଼େଙ୍କାନାଳ ସଦର ରେଞ୍ଜ ବୋଲୁଅ ସାହି ଅଞ୍ଚଳରେ ଘଟିଥିବା ଏହି ଘଟଣା ଜୀବଜନ୍ତୁ ପ୍ରେମୀକୁ ବହୁତ ଦୁଃଖ ଦେଇଛି । ଖାଇବା ଲାଗି ଆସି ହାତୀଟି ଆଖି ବୁଜିଥିବା ଲୋକେ କହୁଛନ୍ତି । କାରଣ ସ୍ଥାନୀୟ ଲୋକେ ପରିବା ଚାଷ କରନ୍ତି । ବହୁ ସମମୟରେ ହାତୀ ପଲ ସେଠାକୁ ଆସି ପରିବା ଖାଆନ୍ତି । ଗତକାଲି ମଧ୍ୟ ହାତୀଟି ପରିବା ଖାଇବାକୁ ଆସି ବିଦ୍ୟୁତ ଆଘାତର ଶିକାର ହୋଇଛି । ସକାଳେ ମୃତଦେହ ପଡିଥିବା ଦେଖି ଲୋକେ ସୂଚନା ଦେଇଥିଲେ । ପରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ହାତୀର ବୟସ ୧୨ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here