ବିତ୍ତିହୋତ୍ରଙ୍କୁ ବେଲ୍

1

ନୂଆଦିଲ୍ଲୀ: ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ମାନ୍ୟବର ସୁପ୍ରିମକୋର୍ଟ ବିତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି । ଅଢ଼େଲକ୍ଷ ଟଙ୍କା ମୁଚାଲିକାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ଏହା ସହ ପ୍ରତି ମାସ କ୍ୟାଣ୍ଟନମେଣ୍ଟ ଥାନାରେ ହାଜିରା ଦେବା ଓ ନିଜ ପାସପୋର୍ଟ ଜମା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଏହିମାମଲାରେ ବିତ୍ତିହୋତ୍ରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଥିଲା । ପାରୋଲରେ ଆସି ସେ ଜେଲକୁ ଫେରିନଥିଲେ  । ପରେ ତାଙ୍କୁ କେରଳରୁ ଗିରଫ କରାଯାଇଥିଲା । ସେ ଏବେ ଜୟପୁର ସେଣ୍ଟ୍ରାଲ ଜେଲରେ ଅଛନ୍ତି । ବିତ୍ତିହୋତ୍ରଙ୍କୁ ଜାମିନ ମିଳିବା ପରେ ତାଙ୍କ ବାପା ବିଦ୍ୟାଭୂଷଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ବିତ୍ତିହୋତ୍ରଙ୍କ ମାମଲା ଏକ ଲମ୍ବା ଲଢ଼େଇ ଥିଲା । ମୋତେ ସେଥିରେ ଭୁଲରେ ଜଡିତ କରି ଅପପ୍ରଚାର କରାଯାଇଥିଲା  । ଏବେ ସେ ଫେରିଲେ ତାଙ୍କ ଭବିଷ୍ୟତ ଗଠନ ପ୍ରତି ଯତ୍ନବାନ ହେବି । ଜଣେ ଭଲ ନାଗରିକ ଭାବେ ଗଢ଼ି ତୋଳିବାକୁ ଚେଷ୍ଟା କରିବି । ନିଃସ୍ୱାର୍ଥପର ସେବାରେ ତାଙ୍କୁ ନିୟୋଜିତ କରିବି । ସେ ଜଣେ ଉଚ୍ଚଶିକ୍ଷିତ, ନିଜ ଜ୍ଞାନର ବିତରଣ କରିବେ ବୋଲି ବାପା ବିଦ୍ୟାଭୂଷଣ କହିଛନ୍ତି ।
  ୨୧ ମାର୍ଚ୍ଚ ୨୦୦୬ରେ ବିତ୍ତି ରାଜସ୍ଥାନର ଆଲୱରରେ ଜଣେ ଜର୍ମାନୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୧୨ ଏପ୍ରିଲ ୨୦୦୬ରେ  ତାଙ୍କୁ ରାଜସ୍ଥାନର ଏକ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ହାଜର କରାଯାଇଥିଲା । ଅଭିଯୋଗର ମାତ୍ର ୧୫ ଦିନ ମଧ୍ୟରେ କୋର୍ଟ ତାଙ୍କୁ ୭ ବର୍ଷ ପାଇଁ ଜେଲ ଦଣ୍ଡ ଦଣ୍ଡିତ କରିଥିଲେ । ୨୦ ନଭେମ୍ବର ୨୦୦୬ରେ ଅସୁସ୍ଥ ମାଆଙ୍କୁ ଦେଖା କରିବା ପାଇଁ ବିତ୍ତି କଟକ ଆସିଥିଲେ । କିନ୍ତୁ ପାରୋଲ ଶେଷ ହେବା ପରେ ସେ ଆଉ ଜେଲକୁ ଫେରି ନଥିଲେ । ପୁନଶ୍ଚ ତାଙ୍କୁ ୯ ମାର୍ଚ୍ଚ ୨୦୧୩ରେ କେରଳର କନୁର୍ରୁ ଗିରଫ କରାଯାଇଥିଲା  । ଫେରାର ହେବା ପରେ ସେ ରାଘବ ରାଜନ ନାମରେ ଏକ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here