ବିଜେଡ଼ିର ପ୍ରେସମିଟ – ମେକଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ପ୍ରସଙ୍ଗ

ଭୁବନେଶ୍ୱର: ମେକଇନ୍ ଓଡ଼ିଶା କନକ୍ଲେଭରୁ ସିଆଇଆଇ ଓହରିବା ନେଇ ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡା ଗତକାଲି ସ୍ପଷ୍ଟିକରଣ ଦେଇଥିଲେ । ତେବେ ଅଧ୍ୟକ୍ଷାଙ୍କ ଏହି ସ୍ପଷ୍ଟିକରଣ ଓ କନକ୍ଲେଭରୁ ଓହରିବା ପ୍ରସଙ୍ଗକୁ ନେଇ ଆଜି ବିଜେଡ଼ି ଏକ ପ୍ରେସମିଟ କରିଛି ।

ଏହି ପ୍ରେସମିଟରେ ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଦେବ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଜାଗି ମଙ୍ଗତ ଓହରିବା ପରେ ଆମର ସନ୍ଦେହ ଦୃଢିଭୁତ ହୋଇଛି । ସିଆଇଆଇ ର ସଭାପତି ଓ ଉପସଭାପତି ଇସ୍ତଫା ଦେବାପରେ ଆମର ସନ୍ଦେହ ବଢିବାରେ ଲାଗିଛି । ସେ ମଧ୍ୟ କହିଛନ୍ତି ଯେ, ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲାଗି ରାଜ୍ୟ ସ୍ୱାର୍ଥକୁ ହତାଦର କରିବା ଠିକ୍ ନୁହେଁ ।

ବରିଷ୍ଠ ବିଜେଡ଼ି ନେତା ଏହି ପ୍ରେସମିଟରେ କହିଛନ୍ତି ପୂର୍ବ ୩ଟି କନକ୍ଲେଭରେ ସିଆଇଆଇ ରହିଥିଲା । ସେଥିଲାଗି ବଜେଟ ହୋଇଥିଲା ମଧ୍ୟ ତେବେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ନୂଆ ନିଯୁକ୍ତ ହୋଇଥିବା ପୂର୍ବାଞ୍ଚଳ ସିଆଇଆଇ ଅଧ୍ୟକ୍ଷ ଜାଗି ପଣ୍ଡା ଯୋଗଦେବା ପରେ ଏହା ହିଁ ଘଟିଛି । ରାଜ୍ୟର ସ୍ୱାର୍ଥରେ ବାଧା ଉପଜୁଲେ ବିଜେଡ଼ି ଚୁପ ବସିବନାହିଁ ବୋଲି କହିଛନ୍ତି ପ୍ରତାପ ଦେବ ।

ଏଠାରେ ସୂଚନାଯୋଗ୍ୟ ଯେ, ମେକଇନ୍ ଓଡ଼ିଶା ୨୦୧୬ ଆୟୋଜନରେ ଭାରତୀୟ ଶିଳ୍ପ ମହାସଂଘ ସହଯୋଗୀ ଭାବରେ ଯୋଗଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପର ଉନ୍ନତି ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରତି ୨ ବର୍ଷରେ ଏପରି କନକ୍ଲେଭ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ସିଆଇଆଇ ଏହି କନକ୍ଲେଭରୁ ଓହରିଯିବାରେ ଏବେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here