ବିଜେପୁର ବିଜୟ ଲାଗି ବିଜେପିର ୩- ଅ ଫର୍ମୁଲା ,ତିନି ବରିଷ୍ଠ ନେତା ଜଗିବେ ୩ ବ୍ଲକ

ଭୁବନେଶ୍ବର: ବିଜେପୁରରୁ ବିଜୟ ଅଭଯାନ ଲାଗି ୩- ଅ ଫର୍ମୁଲା ଆପଣାଇଛି ବିଜେପି ।ବିଜେପୁରକୁ ଅବହେଳା,ଅସୁରକ୍ଷିତ, ଅସମ୍ମାନକୁ ପ୍ରସଂଗ କରି ଶାସକ ଦଳକୁ କାଉଣ୍ଟର କରିବାକୁ ଯୋଜନା କରିଛି ବିଜେପି ।ଏଥିଲାଗି  ସ୍ବତନ୍ତ୍ର ସମରସଜ୍ଜା କରିଥିବା କହିଛି ବିଜେପି ।   ବିଜେଡି ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯିବା ନିତୀ ଆପଣେଇଛି ଦଳ । ବୁଥ୍ ସ୍ତରରୁ ଦଳ ନେତାଙ୍କୁ ଜଗାଇଛି । ପଞ୍ଚାୟତ ଓ ବ୍ଲକ ଜଗିବାକୁ ସ୍ବତନ୍ତ୍ର ଭାବେ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରତି ବୁଥକୁ ଜଣେ ଲେଖାଏଁ ଜିଲ୍ଲା ସ୍ତରୀୟ ନେତା ଜଗିବେ । ପଞ୍ଚାୟତ ଦାୟିତ୍ବରେ ରହିବେ ରାଜ୍ୟ ସ୍ତରୀୟ ନେତା । ସେହିପରି ବିଜେପୁରର ୩ ବ୍ଲକ ଦାୟିତରେ ଅଛନ୍ତି ରାଜ୍ୟର ୩ ବରିଷ୍ଠ ନେତା । ବରପାଲି ବ୍ଲକ ଦାୟିତ୍ବରେ ନିଜେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଛନ୍ତି । ସେହିପରି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଦିଆଯାଇଛି ଗାଇସିଲଟ ବ୍ଲକ, ବିଜେପୁର ବ୍ଲକ ଦାୟିତ୍ବରେ ଅଛନ୍ତି ଜୟ ନାରାୟଣ ମିଶ୍ର । ପୁରା ଉପନିର୍ବାଚନକୁ ପରିଚାଳନାର ସମନ୍ବୟ ଦାୟିତ୍ବ ଦିଆଯାଇଛି ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲଙ୍କୁ । ଗତ ପଞ୍ଚାୟତ ନିର୍ବାଚନ ଭୋଟ ହାରକୁ ଗଣିତ କରି ଉପ ନିର୍ବାଚନ ଜିଣିବାକୁ ଆଶା ବାନ୍ଧିଛି ବିଜେପି ।