ବିଜେପୁର ପ୍ରସ୍ତୁତିରେ ପଛରେ ପଡିଛି କଂଗ୍ରେସ :ତୁଟୁନି ବିବାଦ  ସରୁନି ପ୍ରାର୍ଥୀ ଖୋଜା

ଭୁବନେଶ୍ବର : ବିଜେପୁର ତୟାରି ଜୋରଦାର । କିଏ, କେମିତି ଅନ୍ୟଠୁ ଆଗରେ ରହିବ, ସେନେଇ ରଣନୀତିରେ ମାତିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଗତକାଲି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବା ପରେ ଆଜି ବିଜେପୁରରେ ମାରାଥନ୍ ବୈଠକ କରିଛି ବିଜେଡିର କୋର୍ ଟିମ୍ । ସୋମବାର ରୀତା ସାହୁ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ବିଜେପି ଠାରୁ ଯେମିତି ଅଧିକ ଲୋକ ଆସିବେ, ସେନେଇ ଦଳ କରିଛି ରଣନୀତି । ସେପଟେ କିନ୍ତୁ ଏଯାଏଁ ତୁଟିଲାନି କଂଗ୍ରେସର ପ୍ରାର୍ଥୀ ଚୟନ ।

ବିଜେପୁରରେ ବିଜେଡିର ମାରାଥନ ବୈଠକ । ଦଳର ୟଙ୍ଗ ବ୍ରିଗେଡଙ୍କ ଠାରୁ ଆରମ୍ଭ କରି ବରିଷ୍ଠଙ୍କ ଯାଏଁ ସମସ୍ତେ ଡେରା ପକାଇଛନ୍ତି ବିଜେପୁରରେ । ତାରିଖ ଅର୍ଥାତ୍ ସୋମବାର ଦଳୀୟ ପ୍ରାର୍ଥି ଭାବେ ରୀତା ସାହୁ ନାମାଙ୍କନ ଦାଖଲ କରିବେତେଣୁ ନାମାଙ୍କନ ଶୋଭାଯାତ୍ରାକୁ ବିଜେପି ଠାରୁ ବଡ଼ କରାଇବାକୁ ବିଜେଡି ଯୋଜନା କରୁଛି । ନିର୍ବାଚନ ମଣ୍ଡଳୀର ୩ଟି ଯାକ ବ୍ଲକରେ କର୍ମୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି ବିଜେଡି ନେତାଏ । ସ୍ଥାନୀୟ ଅଞ୍ଚଳରେ ବିଜେପିର ଜଣେ ଟାଣୁଆ କର୍ମୀଙ୍କୁ ଫୋଲ୍ଡକୁ ଆଣିଛି ବିଜେଡି । ଗତକାଲି ଅଶୋକ ପାଣିଗ୍ରାହୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ପ୍ରଚାର ମୈଦାନକୁ ଡେଇଁବାକୁ ସଜବାଜ ହେଉଛି ବିଜେପି । ସୋମବାର ବିଜେଡିର ନାମାଙ୍କନ ଥିବାରୁ ଲୋକଙ୍କ ଆଟେନସନ ଡାଇଭର୍ଟ କରିବାକୁ ଷ୍ଟାର୍ ପ୍ରଚାରକଙ୍କୁ ନେଇ ବିଜେପି, ସେହିଦିନ ବଡଧରଣର ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରୁଛି ଟାର୍ଗେଟ, ବିଜେଡି ସହ ପୂରା କାଣ୍ଟେ କୀ ଟକ୍କର ଦେଇ ନିର୍ବାଚନୀ ମାହୋଲ ବନେଇ ରଖିବା ।

ଲଗାତାର ୩ଟି ଟର୍ମ ଧରି ବିଜେପୁର ଥିଲା କଂଗ୍ରେସର ଗଡ଼ । କିନ୍ତୁ ଦଳ ଏଯାଏଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରିଲାନି । ପ୍ରାର୍ଥୀ ଚୟନ ପାଇଁ ହେମାନନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ଗଠିତ କମିଟି ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇସାରିଛି । ଯେକୌଣସି ମୂହୁର୍ତ୍ତରେ ରିପୁ ସେଠ କିମ୍ବା ପ୍ରଣୟ ସାହୁଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯାଇ ପାରେ । ଯାହା ଲାଗୁଛି, ୬ ତାରିଖ ନାମାଙ୍କନର ଶେଷ ଦିନରେ ହିଁ କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିବ ।

୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପୁର ଉପ ନିର୍ବାଚନର ଗୁରୁତ୍ବ ବଢ଼ି ଯାଇଛି । ତେଣୁ ଦବ୍ ଦବା ଜାହିର୍ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ।

LEAVE A REPLY

Please enter your comment!
Please enter your name here